Only for Entertainment

ଇର୍‌ଫାନଙ୍କ ପାଇଁ ଲଣ୍ଡନରେ ରଖା ଗଲା ଫିଲ୍ମର ସୁଟିଂ, ଚିକିତ୍ସା ସହ କରିବେ କାମ

20

ଲଣ୍ଡନରେ ନିଜର ଚିକିତ୍ସା ସାରି ଫେରିବା ପରେ ଏବେ ଫିଲ୍ମ ଅଂଗ୍ରେଜୀ ମିଡିୟମକୁ ନେଇ ବ୍ୟସ୍ତ ଅଛନ୍ତି ଅଭିନେତା ଇରଫାନ ଖାନ୍‌ । ତେବେ ଇର୍‌ଫାନ ଏବେ ପୁଣି ଥରେ ୬ମାସ ପାଇଁ ନିଜର ଚିକିତ୍ସା କରିବାକୁ ଲଣ୍ଡନ ଯିବେ ବୋଲି ଜଣା ପଡ଼ିଛି । ତେବେ ସେ ଫିଲ୍ମକୁ ଅଧାରେ ନ ରୋକି ଫିଲ୍ମ ସହ ଚିକିତ୍ସା ଜାରି ରଖିବେ ବୋଲି ସୂଚନା ମିଳିଛି ।

ଯାହା ପାଇଁ ଲଣ୍ଡନରେ ସୁଟ୍‌ ହେବାକୁ ଥିବା ଦୃଶ୍ୟର ସମୟ ଧାର୍ଯ୍ୟ କରାଯାଇ ସାରିଛି । ୨୦ଦିନ ପାଇଁ ଫିଲ୍ମ ଫିଲ୍ମ ସୁଟ୍‌ କରାଯିବା ସହ ଇର୍‌ଫାନ ନିଜର ଚିକିତ୍ସା ଜାରି ରଖିବେ । ଏହା ସହ ଆଗାମୀ ୬ମାସ ମଧ୍ୟରେ ଇର୍‌ଫାନ ସେହି ଫିଲ୍ମରେ କାମ କରିବେ, ଯେଉଁ ଫିଲ୍ମର ସୁଟିଂ ଲଣ୍ଡନରେ ହୋଇ ପାରୁଥିବ । କିଛି ଦିନ ତଳେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଇର୍‌ଫାନକୁ ପଚରାଯାଇଥିବା ବେଳେ ସେ ଏହାର ସୁଟିଂ ଲଣ୍ଡନରେ ହୋଇ ପାରିବ କି ନାହିଁ ବୋଲି ପଚାରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More