Only for Entertainment

ମଜାଦାର ଫିଲ୍ମ ‘ଆଙ୍ଗ୍ରି ବାର୍ଡ ମୁଭି୨’ର ହିନ୍ଦୀ ଟ୍ରେଲର ରିଲିଜ, ଶୁଣିବାକୁ ମିଳିଲା କପିଲ, ଅର୍ଚ୍ଚନର ପୁରନ ସିଂ ଏବଂ କିକୁଙ୍କ ସ୍ୱର !

98

୨୦୧୬ରେ ଆସିଥିବା ମୋବାଇଲ ଗେମ ‘ଆଙ୍ଗି ବର୍ଡ୍ସ’ଉପରେ ପ୍ରସ୍ତୁତ ଫିଲ୍ମ ରିଲିଜ ହୋଇଥିଲା , ଯାହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଥିଲେ । ଏବେ ୩ବର୍ଷ ପରେ ଏହି ଫିଲ୍ମର ସିକ୍ୱେଲ ଆସିବାକୁ ଯାଉଛି ଏବଂ ‘ଆଙ୍ଗ୍ରି ବର୍ଡ୍ସ ମୁଭି୨’ନାମକ ଏହି ଫିଲ୍ମର ହିନ୍ଦୀ ଟ୍ରେଲର ରିଲିଜ ହୋଇଛି ।

ଫିଲ୍ମର ହିନ୍ଦୀ ଟ୍ରେଲରରେ ଇଣ୍ଡିଆନ କମେଡି କିଙ୍ଗ କପିଲ ଶର୍ମାଙ୍କ ସହ ଅର୍ଚ୍ଚନା ପୁରନ ସିଂ, କିକୁ ଶାରଦା ଏବଂ ଅନ୍ୟ କଳାକାରଙ୍କ ସ୍ୱର ଶୁଣିବାକୁ ଖୁବ ମଜାଦାର ଲାଗୁଛି । କପିଲ ମୁଖ୍ୟ ଭୂମିକା ତୁଲାଉଥିବା ରେଡ ପାଇଁ ନିଜ ସ୍ୱର ଦେଇଛନ୍ତି ଏବଂ କିକୁ ଲିୟୋନାର୍ଡ ଏବଂ ଅର୍ଚ୍ଚନା ଜିଟା ଭୂମିକା ପାଇଁ ନିଜ ସ୍ୱର ଦେଇଛନ୍ତି ।

ଫିଲ୍ମର ହିନ୍ଦୀ ଟ୍ରେଲର ମଧ୍ୟ ଇଂରାଜୀ ଟ୍ରେଲର ଭଳି ଖୁବ ମଜାଦାର ହୋଇଛି । ହାରାହାରି ୨ମିନିଟ ୨୯ସେକେଣ୍ଡର ଏହି ଟ୍ରେଲରକୁ ଦେଖିଲେ ଆପଣ ନିଶ୍ଚୟ ହସି ହସି ଗଡିଯିବେ । ଇଣ୍ଡିଆନ ସିନେମାଘରେ ଏହି ଫିଲ୍ମ ୨୩ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More