Only for Entertainment

କପିଲଙ୍କ ପରେ କିକୁ ସାରଦା ଏବଂ ଅର୍ଚ୍ଚନା ପୂରଣ ସିଂଙ୍କୁ ମିଳିଲା ହଲିଉଡ ପ୍ରୋଜେକ୍ଟ

Koimoi
62

ହଲିଉଡ ଫିଲ୍ମ ‘ଆଙ୍ଗ୍ରୀ ବାର୍ଡସ ୨’ ହିନ୍ଦୀ ଭର୍ସନରେ କପିଲ ଶର୍ମାଙ୍କ ପରେ ତାଙ୍କ ଟିମ ଫିଲ୍ମରେ ସାମିଲ ହୋଇଛନ୍ତି । ଫିଲ୍ମର ପ୍ରଥମ ପାର୍ଟକୁ ସଫଳତା ମିଳିବା ପରେ ମେକର୍ସ ଦ୍ୱିତୀୟ ପାର୍ଟ ନିର୍ମାଣ କରିବା ପାଇଁ ପ୍ଲାନିଂ କରିଛନ୍ତି । ଫିଲ୍ମର ହିନ୍ଦୀ ସଂସ୍କରଣ ପାଇଁ କପିଲ ଶର୍ମାଙ୍କୁ ଲୋକପ୍ରିୟ କ୍ୟାରେକ୍ଟର ରେଡ ର ଭଏସ ଦେବା ପାଇଁ ଚୟନ କରାଯାଇଛି ।

ଏବେ କପିଲଙ୍କ ପରେ ଅନ୍ୟ କ୍ୟାରେକ୍ଟର ପାଇଁ ଅର୍ଚ୍ଚନା ପୂରଣ ସିଂ ଏବଂ କିକୁ ସାରଦାଙ୍କ ନାମକୁ ଫାଇନାଲ କରାଯାଇଛି । ଖବର ଅନୁସାରେ ଅର୍ଚ୍ଚନା ପୂରଣ ସିଂ ଜେଟା ଏବଂ କିକୁ ସାରଦା ଲିୟୋନାର୍ଡ ପାଇଁ ଭଏସ ଦେବେ ।

 

View this post on Instagram

 

Hey guys, meet Red.. he’s got something to tell you, stay tuned for more ??

A post shared by Kapil Sharma (@kapilsharma) on

ନିକଟରେ କପିଲ ଏହାକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଏହା ପରେ କିକୁ ସାରଦା ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ସେୟାର କରି ନିଜ କ୍ୟାରେକ୍ଟର ବିଷୟରେ ସେ କହିଛନ୍ତି ।

 

View this post on Instagram

 

Miliye Leonard, the pig, se ,,,,,,, #angrybirdsmovie2 jald aa rahi hai @kapilsharma @archanapuransingh

A post shared by Kiku Sharda (@kikusharda) on


‘ଆଙ୍ଗ୍ରୀ ବାର୍ଡସ’ର ହିନ୍ଦୀ ଭର୍ସନକୁ ସୋନି ପିକଚର୍ସ ଏଣ୍ଟରଟେନମେଣ୍ଟ ଦ୍ୱାରା ଭାରତରେ ରିଲିଜ କରାଯିବ । ଏହା ଏକ ଆନିମେଟେଡ କାର୍ଟୁନ ଫିଲ୍ମ ଅଟେ । ଏହାର ପ୍ରଥମ ପାର୍ଟ ଲୋକଙ୍କର ଖୁବ ମନୋରଂଜନ କରିଥିଲା । ଏହାର ଦ୍ୱିତୀୟ ପାର୍ଟ ମଧ୍ୟ ଲୋକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More