Only for Entertainment

ସୁଭାଷ ଘାଇଙ୍କ ଫିଲ୍ମରେ ପୁଣିଥରେ ନଜର ଆସିବେ ରାମ-ଲକ୍ଷଣ ଯୋଡି

DNA India
23

ବଲିଉଡର ସୋ’ମ୍ୟାନ ସୁଭାଷ ଘାଇ ଏବେ ଏକ ନୂଆ ସନେମା ନିର୍ମାଣ କରୁଥିବାର ଖବର ମିଳିଛି । କାଳୀଚରଣ, ବିଶ୍ୱନାଥ, ମେରି ଜଙ୍ଗ, କର୍ମା, ହିରୋ, ରାମ ଲଖନ, ବିଧାତା, ସୌଦାଗର, ଖଳନାୟକ, ପରଦେଶ ଓ ତାଲ୍‍ ଭଳି ସୁପରହିଟ ସିନେମାର ନିର୍ମାତା ନିର୍ଦ୍ଦେଶକ ସୁଭାଷଙ୍କ ଶେଷ କେତୋଟି ଫିଲ୍ମ କିନ୍ତୁ ଫ୍ଲଫ୍‍ ହୋଇଥିଲା । ଏଥି ମଧ୍ୟରେ ରହିଛି ୟାଦେଁ, କିଷନା, ଯୁବରାଜ ଓ କାଞ୍ଚି ଆଦି ସିନେମା ରହିଛି ।

ତେବେ ସେ ଯାହା ହେଉନା କାହିଁକି ଏବେ କିନ୍ତୁ ସୁଭାଷ ଘାଇ ବେଶ କିଛି ବର୍ଷର ବ୍ୟବଧାନରେ ‘ରାମଚାନ୍ଦ କିଷନଚାନ୍ଦ’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି । ସବୁଠୁଁ ବଡ କଥା ହେଲା ଯେ, ଏହି ସିନେମାରେ ସେ ତାଙ୍କର ଦୁଇ ମାସ୍କଟଙ୍କୁ ହିରୋଭାବେ ନେଇଛନ୍ତି । ଏ ଦୁହେଁ ହେଲେ ଅନୀଲ କପୁର ଓ ଜ୍ୟାକିଶ୍ରଫ୍‍ । ଏଥିରେ ଅନୀଲ ଓ ଜ୍ୟାକିଙ୍କୁ ୫୦ ବର୍ଷ ବୟସ୍କ ଦୁଇ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବ । ‘ରାମଚନ୍ଦ କିଷନଚନ୍ଦ’ ଏକ କମେଡି ଫିଲ୍ମ ଅଟେ । ଅନୀଲ କୁପର ଓ ଜ୍ୟାକି ଶ୍ରଫ୍ ସୁଭାଷ ଘାଇଙ୍କ ଫିଲ୍ମ ‘ରାମ ଲଖନ’ ଓ ‘କର୍ମା’ରେ ଏକାଠି କାମ କରି ବେଶ ଚର୍ଚ୍ଚିତ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More