Only for Entertainment

ଶ୍ରୀଦେବୀଙ୍କ ଜନ୍ମଦିନରେ ଇମୋଶନାଲ ପୋଷ୍ଟ ଶେୟାର କଲେ ଅନିଲ କପୂର, ଲେଖିଲେ ଆଜି ମଧ୍ୟ…………….

hindirush
153

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଏବଂ ପଦ୍ମଶ୍ରୀ ପୁରସ୍କୃତା ଦିବଙ୍ଗତ ଶ୍ରୀଦେବୀ ଗତ ବର୍ଷ ଅଚାନକ ଏହି ଦୁନିଆରୁ ବିଦାୟ ନେଇ ସମସ୍ତଙ୍କୁ ସ୍ତମ୍ଭୀଭୂତ କରି ଦେଇଥିଲେ । ଖବର ଶୁଣିବା ମାତ୍ରେ ସମସ୍ତଙ୍କ ଛାତି ଥରି ଉଠିଥିଲା । ବଲିଉଡର ଚାନ୍ଦନୀ ବା ହୱା ହୱାଇ ଗର୍ଲ’ ଶ୍ରୀଦେବୀଙ୍କର ଆଜି ହେଉଛି ୫୬ ତମ ଜନ୍ମଦିନ । କୋଟି କୋଟି ଫ୍ୟାନ୍ସ ତାଙ୍କୁ ଏହି ଦିନରେ ଅଶ୍ରୁ ଭରା ଆଖିରେ ମନେ ପକାଉଛନ୍ତି । ତାଙ୍କ ଝିଅ ଜାହ୍ନବୀ କପୂର, ପତି ବୋନି କପୂର ଏବଂ ଦିଅର ଅନିଲ କପୂର ସୋସିଆଲ ମିଡିଆରେ ଇମୋଶନାଲ ପୋଷ୍ଟ ଶେୟାର କରିଛନ୍ତି ।

 

 

View this post on Instagram

 

Happy birthday Mumma, I love you

A post shared by Janhvi Kapoor (@janhvikapoor) on

ଅନିଲ ଲେଖିଛନ୍ତିଯେ ଆଜି କିଭଳି ତୁମ ୫୬ ତମ ଜନ୍ମଦିନ ପାଳନ ହୋଇଥାନ୍ତା, ତୁମକୁ ହରାଇ ଆମେ ଖୁବ ଦୁଃଖ ଅନୁଭବ କରୁଛୁ । କିନ୍ତୁ ତୁମର ହସକୁ ଏବଂ ସ୍ମୃତିକୁ ମନେ ପକାଉଛୁ ଯାହା ତୁମେ ଆମ ଜୀବନକୁ ନେଇ ଆସିଥିଲ । ସବୁ ଆମ ସ୍ମୃତିରେ ବଂଚିଛି । ଆମେ ପ୍ରତିଦିନ ତୁମକୁ ମନେ ପକାଉଛୁ ଶ୍ରୀଦେବୀ ।

କହିରଖୁଛୁ ଗତବର୍ଷ ଫେବୃୟାରୀ ମାସରେ ହୋଟେଲ ରୁମ ବାଥଟବରେ ବୁଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More