Only for Entertainment

‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’କୁ ରିକ୍ରିଏଟ କରିବା ପାଇଁ ବେଶ ଉତ୍ସାହିତ ଅନିଲ କପୁର ।

you tube
32

ଅଭିନେତା ଅନିଲ କପୁର ଖୁବ ଶୀଘ୍ର ନୂଆ ଫିଲ୍ମ ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ରେ ନଜର ଆସିବେ । ଏହା ସହିତ ଫିଲ୍ମରେ ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’କୁ ରିକ୍ରିଏଟ କରିବା ପାଇଁ ବେଶ ଉତ୍ସାହିତ ଅଛନ୍ତି ଅନିଲ କପୁର । ଫିଲ୍ମରେ ଏହି ଗୀତକୁ ୨୪ ବର୍ଷ ପରେ ରିକ୍ରିଏଟ କରାଯିବ ।

ଫିଲ୍ମରେ ଅନିଲ କପୁର ଏବଂ ସୋନମ କପୁର ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ । ଫିଲ୍ମରେ ଅନିଲ ସୋନମଙ୍କ ପିତା ଭୂମିକାରେ ନଜର ଆସିବେ । କିନ୍ତୁ ଫିଲ୍ମରେ ନିଜର ୨୪ ବର୍ଷ ପୁରୁଣା ଗୀତକୁ ରିକ୍ରିଏଟ କରିବା ପାଇଁ ଅନିଲ ଖୁବ ଉତ୍ସାହତ ଅଛନ୍ତି । ଗୀତଟି ଅନିଲ କପୁରଙ୍କ ପସନ୍ଦର ଗୀତ ମଧ୍ୟରୁ ଏକ । ଫିଲ୍ମ ନିର୍ମାତା ଅନିଲ କପୁରଙ୍କ ସହିତ ମିଶି ୮ ଜାନୁଆରୀରେ ଏହି ଗୀତକୁ ଲଂଚ କରିବେ । ଶୌଲୀ ଚୋପ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୧ ଫେବୃଆରୀରେ ରିଲିଜ ହେବ ।

କହିରଖୁଛୁ ଯେ, ଫିଲ୍ମରେ ଅନିଲ କପୁର ଏବଂ ସୋନମ କପୁରଙ୍କ ବ୍ୟତିତ ରାଜକୁମାର ରାଓ ମଧ୍ୟ ନଜର ଆସିବେ । ସୋନମ ଅନିଲଙ୍କ ପରି ରାଜକୁମରାଓଙ୍କ ସହିତ ମଧ୍ୟ ପ୍ରଥମ ଥର ସ୍କ୍ରିନ ସେୟାର କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More