Only for Entertainment

କିଭଳି ରହିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭେଟ ? ଅନୀଲ କପୂର କହିଲେ –ସ୍ୱପ୍ନ ପୂରଣ ହେଲା ଭଳି ଅନୁଭବ ହେଲା !

31

ବଲିଉଡ ଅଭିନେତା ଅନୀଲ କପୂର ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଏହି ମିଟିଂର ଫଟୋ ସୋସିଆଲ ମିଡିଆରେ ଅନୀଲ କପୂର ଶେୟାର କରିଛନ୍ତି । ଏହି ଭେଟ ପରେ ଅନୀଲ କପୂର କହିଛନ୍ତି ଯେ ତାଙ୍କର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତକାର ଖୁବ ଖାସ ରହିଥିଲା, ଏଭଳି ହେବା ତାଙ୍କର ଭାଗ୍ୟରେ ଥିଲା ଜାଣି ସେ ଖୁସି ଅନୁଭବ କରିଛନ୍ତି ।

ନିଜ ଆଗାମୀ ଫିଲ୍ମ ‘ଟୋଟଲ ଧମାଲ’ର ଟ୍ରେଲର ଲଂଚ ମୂହୁର୍ତ୍ତରେ ଅନୀଲ କପୂର ପ୍ରଧାନମନ୍ତ୍ରୀଙ୍କ ସହ ଭେଟ ବିଷୟରେ ଚର୍ଚ୍ଚା କରିଥିଲେ । ତାଙ୍କୁ ଅନେକ ବର୍ଷ ପରେ ଏଭଳି ସୁଯୋଗ ମିଳିଥିବାରୁ ସେ ଖୁବ ଖୁସି ହେେଇପଡିଛନ୍ତି । ଅନୀଲ କପୂରଙ୍କର ମୋଦିଙ୍କୁ ଭେଟିବା ସ୍ୱପ୍ନ ପୂରଣ ହୋଇଗଲା ।

ଏହାପରେ ଅନୀଲ କପୁର କହିଥିଲେ ପ୍ରଧାନମନ୍ତ୍ରୀଙ୍କ ଖୁବ ପ୍ରେରଣାଦାୟୀ ବ୍ୟକ୍ତି ଏବଂ ସେ ଦେଶ ପାଇଁ ଖୁବ ପରିଶ୍ରମ କରୁଛନ୍ତି । ଏହାପରେ ତାଙ୍କୁ ପଚରାଯାଇଥିଲା ଏଥର ମୋଦି ଜିତିବେ କି ନାହିଁ , ଯାହା ଶୁଣି ଅନୀଲ ପ୍ରଶ୍ନକୁ ଏଡାଇ କହିଥିଲେ ଯେ ଏ ବିଷୟରେ ଏହି ଷ୍ଟେଜରେ ପଚାରିବା ଠିକ ହେବ ନାହିଁ ।

ଏଠାରେ ଆମେ କହି ରଖୁଛୁ ଯେ ଅନୀଲ କପୂର ଙ୍କ ଫିଲ୍ମ ଟୋଟାଲ ଧମାଲର ଟ୍ରେଲର ରିଲିଜ ହୋଇଯାଇଛି । ଫିଲ୍ମରେ ଲମ୍ବା ସମୟ ପରେ ମାଧୁରୀ ଦିକ୍ଷୀତଙ୍କ ସହ ନଜର ଆସିବେ ଅନୀଲ କପୂୂର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More