Only for Entertainment

ସୋନମ କପୁରଙ୍କ ବିବାହକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ବାପା ଅନିଲ କପୁର,ପଢନ୍ତୁ କ’ଣ କହିଲେ ।

youtube
0 49

ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଖୁବ ଜୋର ଧରିଛି । ଚାରିଆଡ଼େ କେବେଳ ତାଙ୍କ ବିବାହର ଚର୍ଚ୍ଚା । ଏହି ମଧ୍ୟରେ ଦୀପିକାଙ୍କ ବିବାହ ଚର୍ଚ୍ଚା ମଧ୍ୟ ଫିକା ପଡ଼ିଯାଇଛି । ମିଡିଆ ରିପୋର୍ଟ ଅନୁସାରେ ସୋନମ ୮ ମଇକୁ ବିବାହ କରିବାକୁ ଯାଉଛନ୍ତି । ତାଙ୍କ ବିବାହକୁ ନେଇ ବିଭିନ୍ନ ପ୍ରକାରର ଖବର ଆସୁଛି । ପ୍ରଥମେ କୁହାଯାଉଥିଲାଯେ ସେ ବିଦେଶରେ ବିବାହ କରିବେ କିନ୍ତୁ ଏବେ ଖବର ଆସୁଛିଯେ ସେ ଡେଷ୍ଟିନେସନ ବିବାହ ନୁହେଁ ବରଂ ମୁମ୍ବାଇରେ ବିବାହ କରିବେ । ଏହି କଥାକୁ ନେଇ ଏବେ ଅନିଲ କପୁର ମୁହଁ ଖୋଲିଛନ୍ତି । ସେ କହିଛନ୍ତିଯେ ଠିକ ସମୟ ଆସିଲେ ସେ ଏହା ମିଡିଆକୁ କହିବେଯେ ବିବାହ କେଉଁ ସ୍ଥାନରେ ହେବ ।

ଅନିଲ କପୁର ୧୯ତମ ଆଇଫା ଆୱାର୍ଡ଼ ପାଇଁ ଭୋଟିଂ ପାଇଁ ଯାଇଥିବା ସମୟରେ ମିଡିଆକୁ ଏହି ସୂଚନା ଦେଇଥିଲେ । ତେବେ ସମୟ ଆସିଲେ ବିବାହ କେଉଁ ସ୍ଥାନରେ ହେବ ସେ ଜଣାଇବେ । ଅନିଲ କହିଛନ୍ତିଯେ ମିଡିଆ ସବୁବେଳେ ମୋ ସହିତ ଏବଂ ମୋ ପରିବାର ସହିତ ଅଛନ୍ତି । ମୁଁ କେବେ ମଧ୍ୟ ଏହି କଥା ଲୁଚାଇବି ନାହିଁ । ଏହା ବ୍ୟତୀତ ଘର ବାହାରେ ଲାଇଟସ କାହିଁକି ଲଗାଯାଇଛି ତାହା ମଧ୍ୟ ଜଣାଇବି ।

 


କିଛି ସମୟ ପୂର୍ବରୁ ତାଙ୍କ ଘରର ଫଟୋ ସାମ୍ନାକୁ ଆସିଲା ଯାହା ଖୁବ ଲାଇଟସରେ ସଜାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More