Only for Entertainment

ଅନିତା ଦାସଙ୍କ ଅଭୁଲା ଫିଲ୍ମ,ଯାହା ଲୋକଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିବ ।

youtube
0 50

ଅନିତାଯେ ନିଜ ନିଖୁଣ ଅଭିନୟରେ ଦର୍ଶକଙ୍କ ହୃଦୟରେ ଏକ ସୁନ୍ଦର ସ୍ଥାନ ତିଆରି କରିଥିଲେ ସେଥିରେ ତିଳେମାତ୍ର ସନ୍ଦେହ ନାହିଁ । ତାଙ୍କର ନିଖୁଣ କଳା ଦର୍ଶକଙ୍କ ହୃଦୟରେ ଚିର ସ୍ମରଣୀୟ ହୋଇ ରହିବ । ଆଜି ହୁଏତ ସେ ଏହି ଦୁନିଆରେ ନାହାଁନ୍ତି କିନ୍ତୁ ଅଭିନୟର ନିଛକ ଚିତ୍ରପଟ୍ଟ ସେ ଦର୍ଶକଙ୍କ ହୃଦୟରେ ଛାଡ଼ି ଯାଇଛନ୍ତି ।

ଭୁଲି ହେବନାହିଁ ଅନିତାଙ୍କର ସେ ମନଛୁଆଁ ଅଭିନୟକୁ । ୧୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ଏବଂ ତାଙ୍କର ସମସ୍ତ ଫିଲ୍ମ ଗୋଟିଏ ଅନ୍ୟ ଠାରୁ ଖୁବ ହୃଦୟଛୁଆଁ । ପୁଅ ମୋର କଳା ଠାକୁର ଫିଲ୍ମରେ ଜଗନ୍ନାଥଙ୍କୁ ଧରି କାନ୍ଦିବାର ଦୃଶ୍ୟକୁ ଭୁଲିପାରିବେ ନାହିଁ ଦର୍ଶକ । କେବଳ ସେତିକି ନୁହେଁ ‘କି ହେବ ଶୁଆ ପୋଷିଲେ’ ମଧ୍ୟ ତାଙ୍କର ଅଭିନୟ ଥିଲା ଖୁବ ନିଖୁଣ ।

ଯେଉଁଥିରେ ଏକ ଗରିବ ଘରର ମହିଳା ଚରିତ୍ରରେ ସେ ଅଭିନୟ କରି ପ୍ରତ୍ୟେକ ଗରିବର ବାସ୍ତବ କାହାଣୀକୁ ସେ ଜ୍ୱଳନ୍ତ ଭାବରେ ଅଭିନୟ କରି ଦର୍ଶକଙ୍କ ଆଖିରେ ଲୁହ ଆଣି ଦେଇଥିଲେ । ସବୁଠାରୁ କଷ୍ଟଦାୟକ ଏବଂ ହୃଦୟଛୁଆଁ ଦୃଶ୍ୟ ଥିଲା ତାଙ୍କର ଶେଷ ଦୃଶ୍ୟ । ଜୀବନ ସହିତ ସଂଘର୍ଷ କରି ଘରଟିଏ ଗଢିବାର ସ୍ୱପ୍ନ ଥିଲା ତାଙ୍କର ସବୁଠାରୁ ନିଆରା । ଯାହାକୁ ଦର୍ଶକ କେବେ ମଧ୍ୟ ଭୁଲି ପାରିବେ ନାହିଁ । ଏହା ବ୍ୟତୀତ ‘ବାହୁଡ଼ିବେ ମୋ ଜଗା ବଳିଆ’ରେ ଏକ ସ୍ନେହ କାଙ୍ଗାଳି ମା ଏବଂ ପାଗେଳି ମା’ ଚରିତ୍ରରେ ଅଭିନୟ କରି ସେ ତାଙ୍କ କଳା ପ୍ରଦର୍ଶନ କରିଥିଲେ । ତାଙ୍କର ଏହି ସମସ୍ତ ଅଭିନୟକୁ ଦର୍ଶକ କେବେ ଭୁଲିପାରିବେ ନାହିଁ । ସବୁଦିନ ପାଇଁ ସମସ୍ତଙ୍କ ହୃଦୟରେ ସେ ଏକ ଚିହ୍ନ ଛାଡ଼ି ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More