Only for Entertainment

ଗର୍ଭବତୀଥିବା ଶୁଣି ଏହି ଅଭିନେତ୍ରୀଙ୍କ ପତି ଉତ୍ସାହରେ କାମ ଛାଡି ଚାଲିଆସିଲେ, ତାପରେ ଜାଣନ୍ତୁ !

insta
0 45

ଟିଭିର ପପୁଲାର ସୋ’ ‘ୟେ ହେ ମୋହବତେ’ରେ ଶଗୁନ ଭୂମିକାରେ ଅଭିନୟ କରିଥିବା ମଶହୁର ନାୟିକା ଅନୀତା ହସନନ୍ଦାନୀ ଅପ୍ରେଲ ୧୪ରେ ନିଜର ୩୭ତମ ଜନ୍ମ ଦିବସ ପାଳନ କରିଥିଲେ । ଅନୀତା କେବଳ ଫିଲ୍ମ ନୁହଁନ୍ତି ସାଧାରଣ ଜୀବନ ଶୈଳୀରେ ମଧ୍ୟ ଖୁବ କୁଲ୍ ଏବଂ ବିନ୍ଦାସ ଅଟନ୍ତି ।

ଅନୀତା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି । ତେଣୁ ଫଟୋକୁ ନେଇ ଖୁବ ଚର୍ଚ୍ଚାରେ ରହିଆସିଛନ୍ତି ଅନୀତା । ନିଜ ଜନ୍ମଦିନରେ ଅନୀତା ଏକ ଭିଡିଓ ସେୟାର କରିଛନ୍ତି । ସେହି ଭିଡିଓରେ ଅନୀତା ଗର୍ଭବତୀ ଥିବା ଖବର ତାଙ୍କ ପତିଙ୍କୁ ଶୁଣାଇଛନ୍ତି । ଏହି ଖବର ଣୁଣିବା ମାତ୍ରେ ଅନୀତାଙ୍କ ସ୍ୱାମୀ ରୋହିତ ସମସ୍ତ କାର୍ଯ୍ୟ ଛାଡି ନିଜ ଜିନିଷ ପ୍ୟାକ କରି ଆସିବାକୁ ବାହାରିଛନ୍ତି ।

Capture

ଅନୀତାଙ୍କ ସ୍ୱାମୀ ରୋହିତ ରେଡ୍ଡି ସାଉଥ ଇଣ୍ଡିଆନ ଅଟନ୍ତି ଏବଂ ୨୦୧୩ରେ ତେଲୁଗୁ ରୀତିନୀତିରେ ତାଙ୍କର ବିବାହ ହୋଇଥିଲା । ଅନୀତା ତାଙ୍କ ସପରିବାର ସହ ଗୋଆ ଜନ୍ମଦିବସ ପାଳନ କରିବା ପାଇଁ ଯାଇଛନ୍ତି ।

anita and rohit

ଅନୀତାଙ୍କୁ ଆପଣ ଖୁବ ଶୀଘ୍ର ଅପକମିଂ ସିରିଅଲ ନାଗୀନ-୩ରେ ଆପଣମାନେ ଦେଖିବାକୁ ପାଇବେ । ସେ ନିଜର କ୍ୟାରିଅର ଆରମ୍ଭ ଏକତା କପୁରଙ୍କ ସିରିଅଲ ‘କଭି ସୌତନ କଭି ସହେଲି’ଟିଭି ସୋ’ ଜରିଆରେ ୨୦୦୧ରେ ଆରମ୍ଭ କରିଥିଲେ । ବର୍ତ୍ତମାନ ଅନୀତାଙ୍କୁ ଟିଭିର ପପୁଲାର ସୋ’ ‘ୟେ ହେ ମୋହବତେ’ରେ ଅଭିନୟ କରୁଥିବାର ଦେଖିବାକୁ ମିଳୁଛି । ଏହି ସୋ କୁ ବର୍ତ୍ତମାନ ୫ବର୍ଷ ପୂରିଗଲାଣି ମାତ୍ର ଏହା ଲୋକମାନଙ୍କର ପ୍ରିୟ ସିରିଅଲ ହୋଇ ମନ କିଣିବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More