Only for Entertainment

ବିକି ଜୈନଙ୍କ ସହ ରିଲେସନସିପକୁ ନେଇ ଅଫିସିଆଲ କଲେ ଅଙ୍କିତା ଲୋଖଣ୍ଡେ !

49

ଟିଭିରୁ ବଲିଉଡରେ ଆସିଥିବା ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେ ନିଜ ବୟଫ୍ରେଣ୍ଡ ବିକି ଜୈନଙ୍କ ସହ ରିଲେସନସିପକୁ ଅଫିସିଆଲ କରିଛନ୍ତି । ଅଙ୍କିତା ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଛନ୍ତି ଏବଂ ନିଜ ଭଲ ପାଇବାର ଘୋଷଣା କରିଛନ୍ତି ।

ନିକଟରେ ଏକ ପୋଷ୍ଟରେ ଅଙ୍କିତା ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ବିକି ନିଜ ଆଣ୍ଠୁରେ ଆଣ୍ଠେଇ ପ୍ରପୋଜ କରୁଥିବାର ନଜର ଆସିଛନ୍ତି । ବିକିଙ୍କ ଏହି ପ୍ରପୋଜାଲରେ ଉତ୍ତରରେ ଅଙ୍କିତା ଲେଖିଛନ୍ତି ଯେ ସେ ଏ ବିଷୟରେ ଭାବିବେ । ସ୍ମାଇଲ ଦେଇ ଲେଖିଥିବା କ୍ୟାପସନକୁ ଦେଖି ଜଣା ପଡୁଛି ଯେ ଅଙ୍କିତା ଏହି ସମ୍ପର୍କକୁ ଖୋଲାଖୋଲି ଭାବେ ସ୍ୱୀକାର କରିଛନ୍ତି ।

ସେମିତିବି ଏହାପୂର୍ବରୁ ଏକ ସାକ୍ଷାତକାରରେ ସେ ସ୍ୱୀକାର କରିଥିଲେ ଯେ ସେ ଏକ ସମ୍ପର୍କରେ ଅଛନ୍ତି । ମାତ୍ର ଯେତେବେଳେ ବିବାହ ବିଷୟରେ ପଚରାଯାଇଥିଲା ସେ କହିଥିଲେ ଯେ ସେ ପ୍ରଥମେ କ୍ୟାରିଅର ଉପରେ ଫୋକସ କରିବେ । ଏଠାରେ ଆମେ କହି ରଖୁଛୁ ଯେ ପ୍ରସିଦ୍ଧ ଟିଭି ସିରିଅଲ ‘ପବିତ୍ର ରିସ୍ତା’ରେ କୋ-ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ସହ ସେ ରିଲେସନସିପରେ ଥିଲେ । ଲମ୍ବା ସମୟ ଧରି ରହିବା ପରେ ଦୁହେଁ ଅଲଗା ହୋଇଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More