Only for Entertainment

ସୁଶାନ୍ତ ସିଂ ରାଜପୂତଙ୍କ ସହିତ ଏହି ସର୍ତ୍ତରେ ଫିଲ୍ମ କରିବେ ଅଙ୍କିତା ଲୋଖଣ୍ଡେ ।

AAJTAK
52

ମେଗା ଧାରାବାହିକ ପବିତ୍ର ରିସ୍ତାରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଜିତି ପାରିଥିଲେ ସୁଶାନ୍ତ ଏବଂ ଅଙ୍କିତା । ଉଭୟ ପରସ୍ପର ସହିତ ଦୀର୍ଘ ସମୟ ଧରି ରିଲେସନସିପରେ ଥିଲେ ଏବଂ ବିବାହ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଦୁଇଜଣଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । କୁହାଯାଏ ଏହାର କାରଣ କୌଣସି ଦ୍ୱିତୀୟ ମହିଳା । ସେ ଯାହା ହେଉ ସୁଶାନ୍ତ ଆଗକୁ ବଢି ସାରିଛନ୍ତି ଏବଂ ଅଙ୍କିତା ମଧ୍ୟ । ନିକଟରେ ଅଙ୍କିତା ରିଲେସନସିପରେ ଥିବା କଥା ମଧ୍ୟ ସ୍ୱୀକାର କରିଛନ୍ତି । କିନ୍ତୁ ପୁଣିଥରେ ଦୁଇଜଣଙ୍କୁ ଏକା ସାଙ୍ଗରେ ପରଦାରେ ଦେଖିବାକୁ ଚାହିଁ ବସିଛନ୍ତି ଦର୍ଶକ । ଏହାକୁ ନେଇ ନିକଟରେ ମୁହଁ ଖୋଲିଛନ୍ତି ଅଙ୍କିତା ଲୋଖଣ୍ଡେ ।

ତେବେ, ଅଙ୍କିତାଙ୍କୁ ଜଣେ ରିପୋର୍ଟର ସୁଶାନ୍ତଙ୍କ ସଂପର୍କରେ ଏକ ପ୍ରଶ୍ନ ପଚାରିଥିଲେ। ରିପୋର୍ଟରଙ୍କ ପ୍ରଶ୍ନ ଥିଲା, ‘ସୁଶାନ୍ତଙ୍କ ସହ ଚଳଚ୍ଚିତ୍ର ମିଳିଲେ କରିବେ କି?’ ଏହି ପ୍ରଶ୍ନର ଏକଦମ ସିଧା ଉତ୍ତର ଦେଇଛନ୍ତି ଅଙ୍କିତା। ସେ କହିଛନ୍ତି କି ଯଦି କାହାଣୀ ଭଲ ଥିବ ତ ସେ ନିଶ୍ଚୟ କରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More