Only for Entertainment

ରିଲିଜ ଅପେକ୍ଷାରେ ଆଉ ଏକ ଓଲିଉଡ ଆକ୍ସନ ଫିଲ୍ମ ‘ରାମ ନାମ ସତ୍ୟ ହେ’ ।

you tube
0 28

ନାୟକର ନାଁ ରାମ । ସେ ଜଣେ ସାଧାରଣ ଯୁବକ । କିନ୍ତୁ ସହରରେ ଚାଲେ ଜଣେ ଅଣ୍ଡର ୱାର୍ଲଡ ଡନର ରାଜ୍ । ସେହି ଡନକୁ ଟକ୍କର ଦେବା ଲାଗି ରାମ ଆଗେଇଥାଏ । ରାମକୁ ସପୋର୍ଟ କରିଥାନ୍ତି ଜଣେ ମନ୍ତ୍ରୀ । ହେଲେ କିଛି ଦିନ ଭିତରେ ସାଧାରଣ ଯୁବକ ରାମ ନିଜକୁ ସହରର ଡନ୍ ବୋଲି ଘୋଷଣା କରେ । ଏହାପରେ ପ୍ରକୃତ ଡନର ଅବସ୍ଥା କ’ଣ ହୁଏ? ରାମ ସାଧାରଣ ଯୁବକରୁ ଡନ୍ ବନିବା ପରେ ତା’ର ଜୀବନର ଗତିପଥ କିପରି ବଦଳିଯାଏ । ତାହାକୁ ନେଇ ଏକ ନୂଆ ଓଡିଆ ସିନେମାର କାହାଣୀ ଗତିଶୀଳ ହୋଇଛି । ତା’ ଭିତରେ ରାମ ଜଣେ ଯୁବତୀକୁ ଭଲ ପାଇ ବସିଛି । ଉଭୟଙ୍କର ରୋମାନ୍ସ ବି ରହିଛି ଏହି ସିନେମାରେ ।

odia filmଏଠାରେ ଯେଉଁ ଓଡିଆ ସିନେମାର କଥା କୁହାଯାଉଛି ତାହାର ଟାଇଟଲ ହେଲା ‘ରାମ ନାମ ସତ୍ୟ ହେ’ । ଏହି ଫିଲ୍ମରେ ନାୟକ ରାମ ଭୂମିକାରେ ଅଛନ୍ତି ଜଣେ ନବାଗତ । ସେ ହେଲେ ସାଜନ ବିଶ୍ୱାଳ । ସାଜନଙ୍କୁ ‘ରାମନାମ ସତ୍ୟ ହେ’ ଫିଲ୍ମ ଜରିଆରେ ଓଲିଉଡ ଡେବ୍ୟୁ କରୁଛନ୍ତି । ଫିଲ୍ମରେ ସାଜନଙ୍କ ବିପକ୍ଷରେ ଫିମେଲ ଲିଡରେ ନବାଗତା ନମିତା ନଜର ଆସିବେ । ସାଜନ ଏବଂ ନମିତାଙ୍କ ବ୍ୟତିତ ଫିଲ୍ମରେ ବାବୁ ପ୍ରଧାନ, ବ୍ରଜ ସିଂହ, ସଂଗ୍ରାମ ବିଶ୍ୱାଳ ସଲିଲ ମିତ୍ର ଏବଂ କାଳିଆ ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏହାର ନିର୍ଦ୍ଦେଶକ ଦେଇଛନ୍ତି ଜିତୁ ରାଉତ । ଏହି ଫିଲ୍ମର ନାୟକ ସାଜନଙ୍କ ଅନ୍ୟଏକ ପରିଚୟ ହେଲା ଯେ ସେ ହେଲେ ଓଲିଉଡ଼ର ପ୍ରଖ୍ୟାତ ନିର୍ଦ୍ଦେଶକ ସଂଗ୍ରାମ ବିଶ୍ୱାଳଙ୍କ ପୁଅ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More