Only for Entertainment

‘ବିନ ବୁଲାୟେ ମେହମାନ’ ପିମ୍ପୁଡ଼ିକୁ ଏହିଭଳି ଘରୁ ବାହାର କରନ୍ତୁ ।

the spruce
0 39

ପିମ୍ପୁଡ଼ିକୁ ଅଡକା ବନ୍ଧୁ ବୋଲି କୁହାଯାଏ । ଏମାନେ କୌଣସି ସମୟରେ କୌଣସି ସ୍ଥାନକୁ ମଧ୍ୟ ଆସିପାରନ୍ତି । ବିଶେଷକରି ଯଦି ଆପଣ ମିଠା ରଖିଛନ୍ତି ସେଠାରେ ପହଂଚିବାକୁ ଏମାନଙ୍କୁ ବେଶୀ ସମୟର ଆବଶ୍ୟକତା ପଡ଼ିନଥାଏ । କେବେ କେବେ ଏହି ପିମ୍ପୁଡ଼ି ମାନଙ୍କ ପାଇଁ ସମସ୍ତ ଖାଦ୍ୟ ଖରାପ ହୋଇଯାଏ । ତେଣୁ ସେଥିପାଇଁ ଲକ୍ଷ୍ମଣରେଖା ମଧ୍ୟ ବ୍ୟବହାର କରିବାକୁ ପଡ଼ିଥାଏ । କିନ୍ତୁ ଘର ମଧ୍ୟରେ ସମସ୍ତ ସ୍ଥାନରେ ଏହାକୁ ବ୍ୟବହାର କରାଯାଇପାରିବ ନାହିଁ । କିନ୍ତୁ ସେଥିପାଇଁ କିଛି ସରଳ ଉପାୟ ରହିଛି ଯାହା ଦ୍ୱାରା ପିମ୍ପୁଡ଼ି ସମସ୍ୟା ରହିବ ନାହିଁ । ଆସନ୍ତୁ ଆଲୋଚନା କରିବା ।

ଲୁଣପାଣିରେ ଘର ପୋଛିବା ଦ୍ୱାରା ପିମ୍ପୁଡ଼ି ହୋଇନଥାଏ । ଏହା ନିହାତି ଭାବରେ ଏକ ସହଜ ପ୍ରକ୍ରିୟା । ଅତି ସହଜରେ ଆପଣ ଏହା କରିପାରିବେ ।

ଘର କୋଣରେ ଶୁଖିଲା ଲଙ୍କା ବା ତାହାର ଗୁଣ୍ଡ ରଖନ୍ତୁ । ଏହାଦ୍ୱାରା ଘରେ ପିମ୍ପୁଡ଼ି ହେବେ ନାହିଁ ।

ଝରକା ଏବଂ ଦ୍ୱାରବନ୍ଧରେ ଲବଙ୍ଗ ରଖିବା ଦ୍ୱାରା ପିମ୍ପୁଡ଼ି ହୋଇନଥାନ୍ତି ।

ପିମ୍ପୁଡ଼ି ହେଉଥିବା ସ୍ଥାନରେ ହଳଦୀ ଏବଂ ଫିଟିକିରି ପାଉଡର ରଖନ୍ତୁ । ଏହା ଦ୍ୱାରା ପିମ୍ପୁଡ଼ି ସମସ୍ୟା ଦୂର ହୋଇଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More