Only for Entertainment

ଏକାଠି କାମ କରିନାହାଁନ୍ତି ଅନୁ ଓ ରଚନା !

odiainfo
0 51

ଏକ ସମୟରେ ରଚନା ବାନାର୍ଜୀ ଓ ଅନୁ ଚୌଧୁରୀ ଓଲିଉଡରେ ପରସ୍ପରର ମୁଖ୍ୟ ପ୍ରତିଦ୍ୱନ୍ଦୀ ରହିଥିଲେ । ଯଦିଓ ରଚନା ଅନୁଙ୍କଠାରୁ ସିନିୟର ଥିଲେ, ତଥାପି ୯୦ ଦଶକରେ ଦୁହେଁ ବେଶ ଧମାଲ କରିଥିଲେ ଓଲିଉଡରେ । ରଚନାଙ୍କ ଅଭିନୀତ ପ୍ରଥମ ଫିଲ୍ମ ଥିଲା ସାଗର ଗଙ୍ଗା । ଏହାର ପ୍ରାୟ ପାଂଚ ବର୍ଷ ପରେ ଅନୁଙ୍କ ପ୍ରଥମ ସିନେମା ପରଦାକୁ ଆସିଥିଲା । ଶିଶୁ କଳାକାରରୁ ନାୟିକା ଭାବେ ଓଲିଉଡରେ ପ୍ରବେଶ କରିଥିଲେ ଅନୁ । ଅନୁ ସିନେମା ‘ମା ଗୋଜବାୟାଣୀ’ ଜରୀଆରେ ଓଲିଉଡରେ ପ୍ରବେଶ କରିଥିଲେ । ଉଭୟ ରଚନା ଏବଂ ଅନୁ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ବିପଷରେ ନାୟିକା ସାଜିଥିଲେ । ଉଭୟଙ୍କ ସହ ସିଦ୍ଧାନ୍ତଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଥିଲେ ।

ତେବେ ସବୁଠାରୁ ବଡ କଥା ହେଉଛି ଯେ, ସେସମୟରେ ମଧ୍ୟ ମଲ୍ଟିଷ୍ଟାରର ସିନେମା ନିର୍ମାଣ କରାଯାଉଥିଲା । ଅଧିକାଂଶ ସିନେମାରେ ଦୁଇଜଣ ନାୟିକାଙ୍କୁ ଦେଖିବାକୁ ମିଳିଥିଲା । ଏସବୁ ସତ୍ତେ୍ୱ ରଚନା ଏବଂ ଅନୁ କୌଣସି ଫିଲ୍ମରେ ଏକାଠି ନଜର ଆସିନାହାଁନ୍ତି । ଦୁହେଁ ବଙ୍ଗଳା ସିନେମାରେ କାମ କରିଛନ୍ତି । ମାତ୍ର ସେଥିରେ ମଧ୍ୟ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More