Only for Entertainment

ଯୌନ ଶୋଷଣ ମାମଲାରେ ମୁହଁ ଖୋଲିଲେ ଅନୁ ମଲ୍ଲିକ, ସୋସିଆଲ ମିଡିଆରେ ଚିଠି ଲେଖି ସମାଲୋଚକଙ୍କୁ ଦେଲେ କଡ଼ା ଚେତାବନୀ

Hindustan Times
19

ପ୍ରାୟ ଦୁଇ ବର୍ଷ ଚୁପ ରହିବା ପରେ ମୁହଁ ଖୋଲିଲେ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅନୁ ମଲ୍ଲିକ । ସମାଲୋଚକ ଓ ତାଙ୍କ ବିରୋଧରେ ଯୌନ ଶୋଷଣ ଆଣିଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ ଦେଇଛନ୍ତି ଅନୁ । ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଭୁଲ ଦର୍ଶାଇବା, ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ସୋସିଆଲ ମିଡିଆର ସେ ସହାୟତା ନେଇଛନ୍ତି ।

ନିକଟରେ ଅନୁ ନିଜ ଟୁଇଟର ପେଜରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ‘ବାରମ୍ବାର ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ସତ୍ୱେ ଦୀର୍ଘ ବର୍ଷ ହବ ସେ ଚୁପ ରହି ଆସୁଛନ୍ତି । ଧର୍ଯ୍ୟର ସହ ସମସ୍ତ ପରିସ୍ଥିତିକୁ ସମ୍ମୁଖୀନ କରୁଛନ୍ତି । ସତ ସାମ୍ନାକୁ ଆସିବ ବୋଲି ବିଶ୍ୱାସ ରଖିବା ସହ ସେ ବହୁ ଦିନ ହେବ ଶାନ୍ତ ଓ ଚୁପ ରହିଥିଲେ । କିନ୍ତୁ ବର୍ତମାନ ସ୍ଥିତି ବିଗିଡିବାରେ ଲାଗିଛି । ତାଙ୍କ ଚୁପ ରହିବାକୁ ତାଙ୍କର ଦୁର୍ବଳତା ମନେ କରି କିଛି ଲୋକ ଏହାର ଫାଇଦା ଉଠାଉଥିବା ସେ କହିଛନ୍ତି । ଏହି ସମସ୍ତ ମିଛ ଅଭିଯୋଗର ସିଧା ପ୍ରଭାବ ତାଙ୍କ କ୍ୟାରିୟର, ପରିବାର ଉପରେ ପଡିବା ସହ ସେ ମଧ୍ୟ ମାନସିକ ନିର୍ଯ୍ୟାତନା ପାଉଛନ୍ତି । ଅଣନିଶ୍ୱାସୀ ତଥା ଚିନ୍ତାଗସ୍ତ ହେବା ପରେ ଏବେ ସେ ମୁହଁ ଖୋଲିଛି ଓ ଆଗକୁ ଯଦି ତାଙ୍କ ଉପରେ ଏଭଳି ଅଭିଯୋଗ ଅଣାଯିବା ତେବେ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।

ଏଥିସହ ଅନୁ କହିଛନ୍ତି ଦୁଇଟି ଝିଅ ବାପା ସେ ତେଣୁ ତାଙ୍କ ନାଁରେ ଏଭଳି ନିଚ ତଥା ବିବାଦୀୟ ଅଭିଯୋଗ ନିନ୍ଦନୀୟ । ଅନ୍ୟପଟେ ଅନୁ କହିଛନ୍ତି ଗୋଟେ ବର୍ଷ ହେବ ସେ ଯେଉଁଭଳି ବିବାଦିୟ ତଥା ଖରାପ ସମୟ ଦେଇ ଗତି କରିଛନ୍ତି ସେହି ସମୟରେ ତାଙ୍କ ଶୁଭଚିନ୍ତକ ଓ ପ୍ରଶଂସକ ତାଙ୍କ ସାଥ ଦେଇଛନ୍ତି । ସେମାନଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଉଥିବା ସେ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

ଘଟଣାକ୍ରମେ ଗତ ବର୍ଷ ମିଠୁ କ୍ୟାମ୍ପେନରେ ସିଙ୍ଗର ସୋନା ମହାପାତ୍ର, ନେହା ଭସୀନଙ୍କ ସମେତ ମୋଟ ୧୧ଜଣ ମହିଳା ଅନୁଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଏହି ଜଣାଶୁଣା ମ୍ୟୁଜିକ କମ୍ପୋଜର ଚର୍ଚ୍ଚାରେ ରହିବା ସହ ଇଣ୍ଡିଆନ ଆଇଡଲ ଶୋ, କିଛି ଫିଲ୍ମ ପ୍ରୋଜେକ୍ଟରୁ ବାଦ ପଡିଥିଲେ । କିନ୍ତୁ ଏଥରକ ପୁଣି ଇଣ୍ଡିଆନ ଆଇଡଲର ନୂଆ ସିଜନରେ ଅନୁଙ୍କୁ ଜର୍ଜ ଦାୟିତ୍ୱ ଦେବା ପରେ ଚିହିକ ଉଠିଥିଲେ ସୋନା ଓ ନେହା । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଅନୁଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ତେବେ ସୋନା ଓ ନେହାଙ୍କ ହମଲା ପରେ ଏବେ ଟୁଇଟରେ ଓପନ ଲେଟର ଲେଖି ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ଅନୁ ମଲ୍ଲିକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More