Only for Entertainment

ପୁଣିଥରେ ଯୌନ ନିର୍ଯାତନା ଅଭିଯୋଗ ଘଟଣାରେ ଛନ୍ଦି ହେଲେ ଅନୁ ମଲ୍ଲିକ

times of india
25

ଗତବର୍ଷ ସୋସିଆଲ ମିଡିଆରେ ଚାଲିଥିଲା ମି’ ଠୁ ଅଭିଯାନ । ଯେଉଁଥିରେ ଛନ୍ଦି ହୋଇଥିଲେ ଜଣକ ପରେ ଜଣେ କଳାକାର । ବାଦ ପଡ଼ି ନଥିଲେ ବଡ଼ ବଡ଼ ଜଣାଶୁଣା ଚେହେରା । ସେମାନଙ୍କ ମଧ୍ୟରେ ସାମିଲ ଥିଲେ ନାନା ପାଟେକର ଏବଂ ସଂସ୍କାରୀ ବାବୁଜୀ ଆଲୋକନାଥ । ତେବେ କିଛି ମାସ ହେବ ଏହାର ଗରମ ପ୍ରଭାବ କମ ହୋଇ ଯାଇଥିଲା । କିନ୍ତୁ ପୁଣିଥରେ ଏହାକୁ ନେଇ ଝଡ଼ ସୃଷ୍ଟି ହୋଇଛି ।

ମ୍ୟୁଜିକ୍‌ କମ୍ପୋଜର ଅନୁ ମଲିକଙ୍କ ଉପରେ ଗାୟିକା ସୋନା ମହାପାତ୍ର ଓ ଶ୍ୱେତା ପଣ୍ଡିତ ଗତବର୍ଷ #ମିଠୁ ଅଭିଯାନ ଆଧାରରେ ଯୌନଶୋଷଣ ଅଭିଯୋଗ ଆଣିଥିଲେ। ଗୁରୁବାର ସୋନା ମହାପାତ୍ରଙ୍କ ଏକ ଟୁଇଟର ପ୍ରତିକ୍ରିୟା ଦେଇ ସିଙ୍ଗର ନେହା ଭସିନ୍‌ ଅନୁ ମଲିକ ତାଙ୍କ ସହିତ ଖରାପ ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି।

 

କିଛିଦିନ ତଳେ ସିଙ୍ଗର ସୋନା ମହାପାତ୍ର ଏକ ଟୁଇଟର କହିଥିଲେ କି, କ’ଣ ଆମ ଦେଶକୁ ଜାଗୃତ ହେବା ପାଇଁ ‘ନର୍ଭୟା କାଣ୍ଡା’ ଭଳି ଘଟଣା ଘଟିବା ଦରକାର କି? ଏହି ଟୁଇଟକୁ ନେଇ ନିଜର ମତାମତ ଦେଇ ନେହା ଭସିନ୍‌ ଲେଖିଛନ୍ତି, ‘ମୁଁ ତୁମକୁ ସମର୍ଥନ କରୁଛି। ଆମେ ଏକ ସେକ୍ସିଷ୍ଟ ଓ୍ଵାଲର୍ଡରେ ବାସବାସ କରୁଛି। ଅନୁ ମଲିକ ଜଣେ ପ୍ରିଡେଟର। ୨୧ବର୍ଷ ବୟସରେ ମୁଁ ନିଜେ ତାଙ୍କ ଖରାପ ବ୍ୟବହାରର ଶିକାର ହୋଇଛି।

ସେ ସୋଫାରେ ଶୋଇ ଷ୍ଟୁଡିଓରେ ମୋର ଆଖିକୁ ଦେଖି ଖରାପ ବ୍ୟବହାର କରୁଥିଲେ। ଏଭଳି ପରିସ୍ଥିତିରେ ଅସ୍ୱଭାବିକ ଲାଗିବାରୁ ମା’ ତଳେ ଛିଡା ହୋଇ ଅପେକ୍ଷା କରୁଛନ୍ତି ବୋଲି ମିଛରେ କହି ସେଠାରୁ ମୁଁ ଚାଲି ଆସିଥିଲି। ଏହାପରେ ସେ ମେସେଜ ଓ କଲ ବି କରିଥିଲେ। ଯାହାର ମୁଁ ଉତ୍ତର ଦେଇ ନଥିଲି। ଏହା ସେହି ସମୟର କଥା, ଯେତେବେଳେ ମୋ ସ୍ୱର ଶୁଣି ଗୀତ ଗାଇବାର ସୁଯୋଗ ଦେବେ ବୋଲି ଭାବି ମୁଁ ଅନୁ ମଲିକଙ୍କ ପାଖକୁ ମୋର ସିଡି ନେଇ ଯାଇଥିଲି। ସେ ମୋ’ଠାରୁ ବୟସରେ ଯଥେଷ୍ଟ ବଡ଼, ତେଣୁ ତାଙ୍କୁ ଏଭଳି କରିବାର ନଥିଲା।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More