Only for Entertainment

ପ୍ରଥମଥର ପାଇଁ ଦେଖିବାକୁ ମିଳିବ ଅନୁଭବ-ତାପସ ଯୋଡି

Azhar photography
0 37

ଓଲିଉଡର ଲୋକପ୍ରିୟ ନାୟକ ଅନୁଭବ ମହାନ୍ତି ‘ଆଇ ଲଭ ୟୁ’ରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରିଂ ମାଷ୍ଟର ହର ପଟ୍ଟନାୟକ । ତା ପରେ ଅନୁଭବଙ୍କୁ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିଲେ ଅନେକ ବରିଷ୍ଠ ଏବଂ ନୂଆ ନିର୍ଦ୍ଦେଶକ । ଏମାନଙ୍କ ମଧ୍ୟରେ ପ୍ରଶାନ୍ତ ନନ୍ଦ, ଏସକେ ମୁରଲୀଧରନ, ହିମାଂଶୁ ପରିଜା, ବସନ୍ତ ସାହୁ, ଅଶୋକ ପତି ପରି ଅନେକ ନିର୍ଦ୍ଦେଶକଙ୍କ ନାମ ସାମିଲ ରହିଛି ।

ହେଲେ ଓଲିଉଡର ଜଣେ ଚର୍ଚ୍ଚିତ ନିର୍ଦ୍ଦେଶକଙ୍କୁ ପୂର୍ବରୁ ଅନୁଭବଙ୍କୁ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇନାହାନ୍ତି । କିନ୍ତୁ ସେ ଓଲିଉଡର ଆଗ ଧାଡିର ଅଭିନେତା ବାବୁସାନ, ଅରନ୍ଦମ, ସିଦ୍ଧାନ୍ତ ଏବଂ ଆକାଶଙ୍କ ପରି ଅଭିନେତାମାନଙ୍କୁ ନିର୍ଦ୍ଦେଶନା ଦେଇଛନ୍ତି । ସେ ହେଉଛନ୍ତି ତାପସ ସରଘରିଆ ।

tapas

ଖୁବ ଶୀଘ୍ର ତାପସ ତରଙ୍ଗ ସିନେ ପ୍ରଡକ୍ସନର ଏକ ଫିଲ୍ମକଲୁ ନିର୍ଦ୍ଦେଶନା ଦେବେ ଏବଂ ଏହି ଫିଲ୍ମରେ ଅନୁଭବଙ୍କୁ ନାୟକ ରୂପେ ଦେଖିବାକୁ ମିଳିବ । ଏହି ଦୃଷ୍ଟିରୁ ଦୁହିଁଙ୍କ ଯୋଡି ପ୍ରଥମ ଥର ପାଇଁ ଗୋଟିଏ ଫିଲ୍ମରେ ଦେଖିବାକୁ ମିଳିବ । ତେବେ ଦେଖିବାକୁ ବାକି ରହିଲା ଏହି ଫିଲ୍ମ ଦର୍ଶକଙ୍କ ମନକୁ କେତେ ମାତ୍ରରେ ଛୁଇଁ ପାରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More