Only for Entertainment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେମରେ ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ।

youtube
0 139

ନିଜକୁ ଓଡ଼ିଆ ପୁଅ ଏବଂ ଓଡ଼ିଶା ପାଇଁ ଗର୍ବିତ ବୋଲି ସବୁବେଳେ କହୁଥିବା ଅନୁଭବ ମହାନ୍ତି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେବେ ନିଜ ରାଜନୀତିକୁ ନେଇ ତ କେବେ ସିନେମାକୁ ନେଇ । ଲୋକମାନଙ୍କ ସହିତ ସିଧାସଳଖ କଥା ହେବା ପାଇଁ ଅନୁଭବ ମହାନ୍ତି ନିଜ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ କରିଛନ୍ତି । ସମୟ ସମୟରେ ସେ ନିଜ ସଂପର୍କୀତ କିଛି ଭିଡ଼ିଓ ସେୟାର କରନ୍ତି,ଯାହାକୁ ଓଡ଼ିଆ ଦର୍ଶକ ଖୁବ ପ୍ରଶଂସା କରନ୍ତି । ନିକଟରେ ସେ ସାଉଥ ଷ୍ଟାଇଲରେ ଏକ ଭିଡ଼ିଓ ସେୟାର କରିଥିଲେ ଯାହା ଖୁବ ଭାଇରାଲ ହୋଇଥିଲା । ଠିକ ସେହିପରି ଏବେ ମଧ୍ୟ ସେ ତାଙ୍କ ୟୁଟ୍ୟବ ଚ୍ୟାନେଲରେ ଏକ ଭିଡ଼ିଓ ସେୟାର କରିଛନ୍ତି ।

ଭୁବନେଶ୍ୱର ଏବଂ କଟକକୁ ସଂଯୋଗ କରୁଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନାମକ ବ୍ରିଜ ଉପରେ ଯାଉଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିଛନ୍ତି ଏବଂ ଓଡ଼ିଆ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଥିବା କଥା ମଧ୍ୟ ପ୍ରକାଶ କରିଛନ୍ତି । ଅନୁଭବଙ୍କ କହିବା ଅନୁସାରେ ୨ କିମି ୮୦୦ମିଟରର ବ୍ରିଜ ନିର୍ମାଣ କରି ମୁଖ୍ୟମନ୍ତ୍ରୀ ଇତିହାସ ରଚିଛନ୍ତି । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ‘ଆଇ ଲଭ ୟୁ ନବୀନ ପଟ୍ଟନାୟକ ସାର’ ବୋଲି କହିଛନ୍ତି । ସବୁଠାରୁ ଖାସ କଥା ହେଉଛି ଅନୁଭବ ମହାନ୍ତିଙ୍କ ଇଂରାଜୀ କଥାବାର୍ତ୍ତା । ଯଦିଓ ସେ ଏହି ବାର୍ତ୍ତା ସମସ୍ତଙ୍କ ନିକଟରେ ପହଂଚାଇବାକୁ ଚେଷ୍ଟା କରିଛନ୍ତି ତଥାପି କିଛି ବ୍ୟକ୍ତି ତାଙ୍କର ଇଂରାଜୀ ଭାଷାକୁ ନେଇ ଟ୍ରୋଲ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More