Only for Entertainment

କୋଶଲି ଭାଷାରେ ନୂଆଁଖାଇର ଶୁଭେତ୍ସା ଜଣାଇଲେ ଅନୁଭବ ମହାନ୍ତି

kanaklifestyle
95

ଆଜି ନୂଆଁଖାଇ ପର୍ବ । ସାରା ଓଡ଼ିଶା ଏଥିପାଇଁ ଚଳଚଂଚଳ । ପ୍ରତିବର୍ଷ ପଶ୍ଚିମ ଓଡ଼ିଶାରେ ଖୁବ ଧୁମାଧାମରେ ପାଳନ ହୁଏ ଏହି ପର୍ବ । ପ୍ରସିଦ୍ଧ ନୂଆଁଖାଇ ପାଇଁ ଉତ୍ସବ ମୁଖର ଓଡ଼ିଶାରେ ସମସ୍ତେ ପରସ୍ପରକୁ ଅଭିନନ୍ଦନ ଜଣାନ୍ତି ଏବଂ ଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯାଏ । ତେବେ କେବଳ ସାଧାରଣ ଲୋକ ନୁହଁନ୍ତି ବରଂ ସେଲିବ୍ରେଟୀମାନେ ମଧ୍ୟ ଏହାକୁ ଖୁବ ଆଡ଼ମ୍ବରରେ ପାଳନ କରୁଛନ୍ତି । ନିକଟରେ ଓଲିଉଡ ଭାଇଜାନ ଅନୁଭବ ମହାନ୍ତି ଏହି ପର୍ବ ପାଇଁ ସମସ୍ତଙ୍କୁ ଶୁଭେତ୍ସା ଜଣାଇଛନ୍ତି । ସବୁଠାରୁ ଖାସ କଥା ହେଉଛି ଅନୁଭବ ଏହାକୁ ତାଙ୍କର ସୋସିଆଲ ମିଡିଆ ଆକାଉଂଟରେ ଶେୟାର କରିଛନ୍ତି ଯାହା ପଶ୍ଚିମ ଓଡ଼ିଶା ଭାଷାରେ ଲେଖାହୋଇଛି ।

 


ଫଟୋ ଶେୟାର କରିବା ସହିତ ଅନୁଭବ କ୍ୟାପ୍ସନରେ ଏକ ସୁନ୍ଦର କବିତା ଲେଖିଛନ୍ତି । ଅବଶ୍ୟ ଏହି ଭାଷାର ବ୍ୟବହାର ଯଦିଓ ସେ ନିଜେ କରିନାହାଁନ୍ତି ତଥାପି ତାଙ୍କର ଜଣେ ବନ୍ଧୁଙ୍କ ସହାୟତାରେ ଲେଖିଥିବା ସେ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More