Only for Entertainment

ସଲମାନଙ୍କ ପାଇଁ ଅନୁଭବଙ୍କ ଦୁଃଖ, ସୋସିଆଲ୍ ମିଡିଆରେ ସେୟାର୍ କଲେ ପୋଷ୍ଟ

facebook
0 40

ସଲମାନ୍ ଖାନ୍ ଜେଲ୍ ଯିବା ପରେ ସାରା ଦେଶରେ ଥିବା ସଲମାନଙ୍କ ଏକାଧିକ ଫ୍ୟାନ୍ ନିରାଶ । ଭାଇଜାନଙ୍କ ଜେଲ୍ ଯିବା ତାଙ୍କ ପ୍ରଶଂସକଙ୍କୁ ବେଶ କଷ୍ଟ ଦେଇଛି । ଆଉ ଏହି ଭିତରେ ଅଛନ୍ତି ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ମହାନ୍ତି । ଅନୁଭବ ନିଜ କଷ୍ଟ ସୋସିଆଲ୍ ମିଡିଆରେ ଦେଖାଇଛନ୍ତି । ସଲମାନଙ୍କୁ ନେଇ ଏକ ପୋଷ୍ଟ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ଅନୁଭବ ମହାନ୍ତି ।

ଗୁରୁବାର ଜୋଧପୁର ସେସନ୍ସ କୋର୍ଟ ବଲିଉଡର ଭାଇଜାନ୍ ସଲମାନ୍ ଖାନଙ୍କୁ ୫ ବର୍ଷର ଜେଲଦଣ୍ଡ ଶୁଣାଣି କରିଥିଲେ । ଗୁରୁବାର ସଲମାନ ଜେଲ୍ ଯିବା ପରେ, ସଲମାନଙ୍କୁ ନେଇ ଅନୁଭବ ଏକ ପୋଷ୍ଟ ସେୟାର୍ କରିଛନ୍ତି । ସଲମାନ୍ କରିଥିବା ସୋସିଆଲ୍ ୱାର୍କର ଏକ କୋଲାଜ୍ ଫଟୋ ସେୟାର୍ କରି ଅନୁଭବ ଲେଖିଛନ୍ତି, “କାହାକୁ ମାରିବା କି ପଶୁ ଶିକାର କରିବାକୁ ଗ୍ରହଣ କରାଯିବା ଉଚିତ୍ ନୁହେଁ । ହେଲେ ମୁଁ ତମର ବହୁତ ବଡ ପ୍ରଶଂସକ ଭାଇଜାନ୍ । ଆଉ ତାଙ୍କ ଭଳି ବ୍ୟକ୍ତି ଜେଲ୍ ଦଣ୍ଡ ଭୋଗିବା ନିହାତି ସଲମାନ୍ ପ୍ରଶଂସକଙ୍କ ପାଇଁ କଷ୍ଟଦାୟକ । ପ୍ରତ୍ୟେକ ସେଲିବ୍ରିଟି ଏଥିରୁ ଜାଣିବେ ଯେ, ଆଇନକୁ ଅମାନ୍ୟ କରିବା ଠିକ୍ ନୁହେଁ । ମାତ୍ର ପ୍ରତ୍ୟେକ ସେଲିବ୍ରିଟି ଭାଇଜାନଙ୍କ ଭଳି ହେବା ଉଚିତ୍ । ସବୁଠାରୁ ଦୟାବାନ, ସବୁଠାରୁ ସମ୍ବେଦନଶୀଳ, ସବୁବେଳେ ସାହାଯ୍ୟ କରୁଥିବା ଆମ ସମସ୍ତଙ୍କ ରୋଲ୍ ମଡେଲ୍ ସଲମାନ୍ ଖାନ..” ।

ତେବେ ସଲମାନଙ୍କ ଜଣେ ବଡ ପ୍ରଶଂସକ ହେବାର ପରିଚୟ ଅଭିନେତା ଅନୁଭବ ମହାନ୍ତି ଅନେକ ଥର ଦେଇଛନ୍ତି । କେତେବେଳେ ସଲମାନଙ୍କ ଗୀତରେ ପର୍ଫମ କରିବାର ଭିଡିଓ ଫ୍ୟାନ୍ସଙ୍କ ସହ ସେୟାର୍ କରିଛନ୍ତି ତ ପୁଣି କେତେବେଳେ ନିଜ ଫିଲ୍ମରେ ସଲମାନଙ୍କ ପୋଷ୍ଟରକୁ ସ୍ଥାନ ଦେଇଛନ୍ତି । ନିଜକୁ ଭାଇଜାନଙ୍କ ବଡ ଫ୍ୟାନ୍ ଭାବେ ସବୁବେଳେ କହିଆସିଛନ୍ତି ଅନୁଭବ । ଆଉ ସଲମାନଙ୍କ ଜେଲ୍ ଯିବା ଅନେକ କଷ୍ଟ ଦେଇଛି ଅଭିନେତା ଅନୁଭବ ମହାନ୍ତିଙ୍କୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More