Only for Entertainment

ଦୀପିକା ପାଦୁକୋନଙ୍କ ହାତରୁ ଖସିଲା ଶାହରୁଖ-ସଲମାନଙ୍କ ଏହି ବଡ ଫିଲ୍ମ, ଖାନ ସୁପରଷ୍ଟାରର୍ସଙ୍କ ସହିତ ଏବେ ଏହି ଅଭିନେତ୍ରୀ ଆସିବେ କି ନଜର ?

deccanchronicle
28

ବଲିଉଡର ଖାନସୁପରଷ୍ଟାରର୍ସ ଶାହରୁଖ ଓ ସଲମାନଙ୍କୁ ଗୋଟିଏ ଫିଲ୍ମରେ ଦେଖିବା ପାଇଁ ଫ୍ୟାନ୍ସ ସର୍ବଦ ଉତ୍ସାହିତ ଥାଆନ୍ତି । ବଲିଉଡ ଇଣ୍ଡଷ୍ଟରୀର ବଡ ବଡ ନିର୍ଦ୍ଦେଶକ ଏହି ଦୁଇ ଷ୍ଟାରଙ୍କୁ ନେଇ ଫିଲ୍ମ କରିବାକୁ ଚେଷ୍ଟା ଚଳାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାକୁ ସଫଳତା ମିଳିପାରିନାହିଁ । ଅନେକ ଦିନରୁ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମକୁ ନେଇ ଭିନ୍ନ ଭିନ୍ନ ଖବର ଶୁଣିବାକୁ ମିଳୁଛି । ଶୁଣିବାକୁ ମିଳୁଛି ଯେ, ସଂଜୟ ନିଜର ବିଗ ବଜେଟ ଫିଲ୍ମରେ ସଲମାନ ଏବଂ ଶାହରୁଖଙ୍କ ସହିତ କାମ କରିବେ ।

ଏହି ଫିଲ୍ମ ଦିଲ୍ଲୀପ କୁମାର ଏବଂ ରାଜକୁମାରଙ୍କ ସୁପରହିଟ ଫିଲ୍ମ ‘ସୌଦାଗର’ର କାହାଣୀ ପରି ହେବ । ସଲମାନ ଏବେଂ ଶାହରୁଖ ଦୁଇ ବନ୍ଧୁଙ୍କ ଭୂମକାରେ ନ ଜର ଆସିବେ ଯେ ପରିବର୍ତ୍ତୀ ସମୟରେ ଶତ୍ରୁ ପାଲଟିଯାଆନ୍ତି । ଏହା ସହିତ ଫିଲ୍ମରେ ଦୀପିକା ପାଦୁକୋନ ଲିଡ ଅଭିନେତ୍ରୀ ଭାବେ ନଜର ଆସିବେ ବୋଲି ଖବର ଆସିଥିଲା । କିନ୍ତୁ ଏବେ ଦୀପିକାଙ୍କୁ ହଟାଇ ମେକର୍ସ ଅନୁଷ୍କା ଶର୍ମାଙ୍କୁ ଫିଲ୍ମ ପାଇଁ ଆପ୍ରୋଚ କରିଛନ୍ତି ।

anushka-deepika

ଅସଲରେ ସଲମାନ ଦୀପିକାଙ୍କୁ ଅନେକ ଫିଲ୍ମର ଅଫର ଦେଇଥିଲେ କିନ୍ତୁ ବଲିଉଡ ମସ୍ତାନୀ ସଲମାନଙ୍କ ଗୋଟିଏ ପରେ ଗୋଟିଏ ଅଫରକୁ ରିଜେକ୍ଟ କରି ଆସୁଛନ୍ତି । ଏହା ସହିତ ସଲମାନ ଦୀପିକାଙ୍କୁ ଲଂଚ କରିବା ପାଇଁ ଚାହୁଁଥିଲେ ହେଲେ ଦୀପିକା ନିଜର ବଲିଉଡ ଡେବ୍ୟୁ ପାୁଇଁ ଶାହରୁଖଙ୍କ ଫିଲ୍ମକୁ ବଛିଥିଲେ । ତେବେ ଅନୁଷ୍କାଙ୍କ ବିଷୟରେ କହିବାକୁ ଗଲ ସେ ଏପର୍ଯ୍ୟନ୍ତ ଫିଲ୍ମ ପାଇଁ ଅଫିସିଆଲ ଭାବେ ହଁ କହିନାହାଁନ୍ତି । ଦେଖାଯାଉ ମେକର୍ସ ଏହା ବିଷୟରେ କେବେ ଘୋଷଣା ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More