Only for Entertainment

ଅନୁଲୋମ ବିଲୋମ ପ୍ରାଣାୟାମ ଦୂର କରେ ଅନେକ ସମସ୍ୟା

MedicTips
43

ଯେତେବେଳେ ଆମେ ମାନସିକସ୍ତରରେ ଚିନ୍ତାଗ୍ରସ୍ତ ହେଉ ବିଭିନ୍ନ ଶାରୀରିକ ସମସ୍ୟା ଆରମ୍ଭ ହୋଇଥାଏ । ଏହି ସମସ୍ୟା ପାଇଁ ମସ୍ତିଷ୍କକୁ ଶାନ୍ତ ରଖିବା ଦରକାର । ଏଥିପାଇଁ ଏକ ସହଜ ସୁନ୍ଦର ପ୍ରାଣାୟମ ହେଉଛି ଅନୁଲୋମ-ବିଲୋମ । ପ୍ରତିଦିନ ଅନୁଲୋମବିଲୋମ ପ୍ରାଣାୟାମ କଲେ କ’ଣ ସୁଫଳ ମିଳେ ଆସନ୍ତୁ ଜାଣିବା ।

-ଚଟାଣରେ ଏକ ଆସନ ପକାଇ ପଦ୍ମାସନ କିମ୍ବା ଅର୍ଦ୍ଧପଦ୍ମାସନରେ ବସନ୍ତୁ। ଯେଉଁମାନଙ୍କ ଆର୍ଥ୍ରାଇଟିସ ସମସ୍ୟା ରହିଛି ସେମାନେ କାଠ ଚୌକିରେ ଗୋଡ଼ ତଳକୁ ରଖି ବସିପାରିବେ।

-ବାମ ହାତର ପାପୁଲିକୁ ତଳ ମୁହାଁ କରି ବାମ ଗୋଡ଼ର ଆଣ୍ଠୁ ଉପରେ ରଖନ୍ତୁ। ଡାହାଣ ହାତର ବୁଢ଼ା ଆଙ୍ଗୁଳିରେ ଡାହାଣ ନାକକୁ ବନ୍ଦ ରଖନ୍ତୁ । କହୁଣିକୁ ବେଶୀ ଉପରକୁ ଟେକିବେ ନାହିଁ । ଏହାପରେ ବାମ ପାଖ ନାକ ବାଟେ ଦୀର୍ଘ ଶ୍ୱାସ ନିଅନ୍ତୁ ଏବଂ ଡାହାଣ ନାକରେ  ନିଶ୍ୱାସ ଛାଡ଼ନ୍ତୁ।

-ଏହାପରେ ବାମ ପାଖ ନାକରେ ତର୍ଜନୀ ଆଙ୍ଗୁଠି ରଖି ଡାହାଣ ନାକରେ ଦୀର୍ଘ ଶ୍ୱାସ ନିଅନ୍ତୁ ଏବଂ ବାମ ପାଖ ନାକରେ ଶ୍ୱାସ ଛାଡ଼ନ୍ତୁ।

-ଆରମ୍ଭରୁ ଏହାକୁ ତିନି ମିନିଟ୍ କରି ପରେ ଏହାକୁ ୧୫ ମିନିଟ୍ ପର୍ଯ୍ୟନ୍ତ ଅଭ୍ୟାସ କରନ୍ତୁ। ପ୍ରାଣାୟାମ କରିବା ସମୟରେ ଆଖିକୁ ବନ୍ଦ ରଖନ୍ତୁ।

-ନିୟମିତ ଏହି ପ୍ରାଣାୟାମର ଅଭ୍ୟାସ ଦ୍ୱାରା ଶରୀରରେ ଥିବା ବାତ, କଫ ଏବଂ ପିତ ଦୋଷ ଜନିତ ସମସ୍ୟା ଦୂର ହୁଏ।

-ଅନୁଲୋମ-ବିଲୋମର ନିୟମିତ ଅଭ୍ୟାସ କଲେ ମଧୁମେହ ଓ ଉଚ୍ଚ ରକ୍ତଚାପ ସମସ୍ୟା ସଂପୂର୍ଣ୍ଣ ଦୂର ହୁଏ।

-ମାନସିକ ସ୍ତରରେ ସକାରତ୍ମକ ଚିନ୍ତା ଆସେ । ପୂରା ଶରୀରରେ ଅମ୍ଳଜାନ ପ୍ରବାହ ଭଲ ଭାବେ ହୁଏ।

-ଦୃଷ୍ଟିଶକ୍ତି ପ୍ରଖର ହୁଏ । କାନ ସମସ୍ୟା ଥିଲେ ଦୂର ହୁଏ ଏବଂ ରକ୍ତସଞ୍ଚାଳନ ଉତ୍ତମ ରୂପେ ହୁଏ।

-କୋଷ୍ଠ କାଠିନ୍ୟ ସମସ୍ୟା, ଏସିଡିଟି, ଆଲର୍ଜି ସମସ୍ୟା, ଶ୍ୱାସ ରୋଗ ଏବଂ ସବୁଠୁ ବିରକ୍ତକର ଶୋଇବା ସମୟରେ ଘୁଙ୍ଗୁଡ଼ି ସମସ୍ୟା ମଧ୍ୟ ଧୀରେ ଧୀରେ ବନ୍ଦ ହୁଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More