Only for Entertainment

ଲୁହଭିଜା ଆଖିରେ ମା’ଙ୍କୁ ବିଦାୟ ଦେଲେ ବିଗବସର ବିବାଦୀୟ ପ୍ରତିଯୋଗୀ ଅନୁପ ଜଲୋଟା

aajtak
81

ବିଗବସ ୧୨ର ପୂର୍ବ ପ୍ରତିଯୋଗୀ ଏବଂ ସଙ୍ଗୀତ ଗୁରୁ ଅନୁପ ଜଲୋଟାଙ୍କ ମା କମଲା ଜଲୋଟା ଦୁଇ ଦିନ ପୂର୍ବରୁ ଏହି ପୃଥିବୀରୁ ବିଦାୟ ନେଇଛନ୍ତି । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଶୁକ୍ରବାର ସକାଳେ ଅନୁପ ଜଲୋଟାଙ୍କ ୮୫ ବର୍ଷୀୟ ମା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଖବର ଅନୁସାରରେ ବୟସ ହେବା ସହିତ ଗତ କିଛି ଦିନ ହେବ ଅନୁପଙ୍କ ମା କମଳା ଅସୁସ୍ଥ ଥିଲେ । ମୃତ୍ୟୁ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ସକାଳେ ସେ ଏହି ଦୁନିଆକୁ ବିଦାୟ କହିଦେଲେ । ତେବେ କମଳାଙ୍କ ମୃତ୍ୟୁ ପରେ ସେଲିବ୍ରେଟୀ ମାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା, ଯେଉଁଥିରେ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ । କମଳାଙ୍କ ଅନ୍ତିମ ସଂସ୍କାରରେ ମ୍ୟୁଜିକ ଜଗତର ବନ୍ଧୁ ଓ କଳାକାରମାନେ ଯୋଗ ଦେଇଥିଲେ । ଗାୟକ ପଙ୍କଜ ଏବଂ ବିନ୍ଦୁ ଦାରା ସିଂ ଆଦି ମଧ୍ୟ ଉପସ୍ଥିତ ଥିଲେ ।

କହିରଖୁଛୁ ନୈନିତାଲରୁ ଆସିଥିବା ଅନୁପ ଜଲୋଟା ଦେଶର ସୁପ୍ରସିଦ୍ଧ ଭଜନ ଗାୟକଙ୍କ ମଧ୍ୟରେ ଜଣେ । ଅନୁପ ଭଜନ ସମ୍ରାଟ ନାମରେ ବେଶ୍ ଜଣାଶୁଣା । ଅନୁପ ୨୦୧୨ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଗତବର୍ଷ ବିଗବସ ସିଜନ ୧୨ରେ ସେ ଜସଲିନ ମାଥୁରଙ୍କ ସହିତ ପ୍ରତିଯୋଗୀ ଭାବରେ ଆସି ଚର୍ଚ୍ଚାକୁ ଆସିଥିଲେ ଏବଂ ପରସ୍ପର ଉଭୟକୁ ପ୍ରେମୀ ଯୁଗଳ କହିଥିଲେ । କିନ୍ତୁ ବାହାରକୁ ଆସିବା ପରେ ଅନୁପ ଏହି କଥାକୁ ଖଣ୍ଡନ କରିଥିଲେ ଏବଂ ଏହା କେବଳ ବିଗବସ ପାଇଁ ଥିମ ଥିଲା ବୋଲି କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More