ଅନୁପମଙ୍କ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ।
ବଲିଉଡର କଳାକାର ଭାବରେ ଜଣେ ଫୁଲ ପ୍ୟାକେଜ ହେଉଛନ୍ତି ପ୍ରସିଦ୍ଧ ଅଭିନେତା ଅନୁପମ ଖେର । ଏକାଧିକ ଫିଲ୍ମରେ କାମ କରିଛନ୍ତି ଏହି ଅଭିନେତା । କେତେବେଳେ କମେଡ଼ି ତ କେତେବେଳେ ଡ୍ରାମା, ଆଉ କେତେବେଳେ ସିକ୍ରେଟ ଭିଲେନ । ତାଙ୍କର ପ୍ରତ୍ୟେକଟି ଚରିତ୍ର ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ସବୁଠାରୁ ଅଧିକ ମନେ ପଡ଼େ ସୂର୍ଯ୍ୟବଂଶମରେ ଅମିତାଭଙ୍କ ସହିତ ଅଭିନୟ । ତେବେ କଳାକାର ଭାବରେ ବେଶ ପ୍ରଶଂସା ସାଉଁଟିଛନ୍ତି ଏହି ଅଲରାଉଣ୍ଡର କଳାକାର । ନିକଟରେ ପୁଣିଥରେ ଫ୍ୟାନ୍ସଙ୍କୁ ଏକ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି ଅନୁପମ । ଫିଲ୍ମର ନାମ ହେଉଛି ‘ୱାନ ଡେ’ । ଯାହାର ପ୍ରମୋଶନରେ ସେ ଏବେ ଖୁବ ବ୍ୟସ୍ତ ଅଛନ୍ତି । କିନ୍ତୁ ବର୍ତ୍ତମାନ ଅନୁପମ ଖେର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରି ହେଡଲାଇନକୁ ଆସି ଯାଇଛନ୍ତି ।
ଅନୁପମ ଖେର ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଆଗାମୀ ଫିଲ୍ମ ‘ଓ୍ବାନ୍ ଡେ’ର ପ୍ରମୋଶନ ପାଇଁ ଦିଲ୍ଲୀ ଆସିଥିବା ଅନୁପମ ମୋଦିଙ୍କୁ ଭେଟିବାର ଫଟୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଦେଶ ପ୍ରତି ଆପଣଙ୍କ ଦୃଷ୍ଟିକୋଣ ଉଚ୍ଚକୋଟୀର। ଦେଶକୁ ଉଚ୍ଚ ଶିଖରରେ ପହଞ୍ଚାଇବା ପାଇଁ ଆପଣଙ୍କ ଚେଷ୍ଟା ଏମିତି ଜାରି ରହୁ। ନିକଟରେ ବଲିଉଡ ଇଣ୍ଡଷ୍ଟ୍ରୀରେ ୩୫ ବର୍ଷ ପୂରଣ କରିଥିବା ଅନୁପମ ଫିଲ୍ମ ‘ଓ୍ବାନ୍ ଡେ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଅନୁପମଙ୍କ ବ୍ୟତିତ ଏହି ଫିଲ୍ମରେ ଇଶା ଗୁପ୍ତା, ଜାକିର ହୁସେନ୍, କୁମୁଦ ମିଶ୍ର, ଜରିନା ଓ୍ବାହବ ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମଟି ଜୁଲାଇ ୫ରେ ରିଲିଜ୍ ହେବ।