Only for Entertainment

‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ଦେଖି ଏଭଳି ପ୍ରତିକ୍ରିୟା ରଖିଲେ ଅନୁପମ ଖେର୍‌ଙ୍କ ମା’

32

ଜାନୁୟାରୀ ୧୧ରେ ଭାରତରେ ରିଲିଜ୍‌ ହୋଇଛି ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ । ଫିଲ୍ମ ରିଲିଜ୍‌ ପରେ ଏହାକୁ ଦର୍ଶକଙ୍କ ଭଲ ପାଇବା ମିଳିଛି । ପୂର୍ବରୁ ଫିଲ୍ମ ରିଲିଜ୍‌କୁ ନେଇ ଅନେକ ବିରୋଧ ପ୍ରଦର୍ଶନ କରାଯାଇଥିବା ସତ୍ତ୍ୱେ ମଧ୍ୟ ଫିଲ୍ମକୁ ଧାର୍ଯ୍ୟ କରାଯାଇଥିବା ତାରିଖରେ ରିଲିଜ୍‌ କରାଯାଇଥିଲା । ରିଲିଜ୍‌ ପରେ ସମସ୍ତେ ନିଜ ନିଜର ପ୍ରତିକ୍ରିୟା ରଖିଥିବା ବେଳେ ଫିଲ୍ମରେ ମୂଖ୍ୟ ଭୂମିକାରେ ନଜର ଆସିଥିବା ଅଭିନେତା ଅନୁପମ ଖେର୍‌ଙ୍କ ମା’ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ଫିଲ୍ମ ଦେଖିବା ପରେ ଅନୁପମ ଖେର୍‌ ତାଙ୍କ ମା’ ଦୁଲାରୀ ଖେର୍‌ଙ୍କୁ ଫିଲ୍ମ ବିଷୟରେ ପଚାରିଥିଲେ ।

 

ଯାହାର ଉତ୍ତର ରଖି, “ମୋତେ ମନମୋହନ ସିଂହ ପୂର୍ବରୁ ବହୁତ ପସନ୍ଦ । ସେ କେତେ ସାଧାରଣ ଏବଂ ଭଦ୍ର ଥିଲେ । ଯାହା ପାଇଁ ଲୋକେ ତାଙ୍କୁ ବୋକା ବୋଲି ଭାବୁଥିଲେ” ବୋଲି ଦୁଲାରୀ ଖେର୍‌ କହିଥିଲେ । ଅନୁପମଙ୍କ ବିଷୟରେ କହିବାକୁ ଯାଇ,”ଫିଲ୍ମ ଦେଖିବା ପରେ ସେ ମୋ ପୁଅ ବୋଲି ମୁଁ ଚିହ୍ନି ପାରି ନଥିଲି । ମୁଁ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ରେ କରିଥିବା ଅଭିନୟ ପାଇଁ ତାଙ୍କୁ ୧୦୦ରୁ ୧୦୦ ଦେଉଛି । ମୋତେ ଫିଲ୍ମଟି ପସନ୍ଦ ଆସିଲା । ଆଶା କରୁଛି ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ସେ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More