Only for Entertainment

ଅନୁପମ ଖେର ‘ହିନ୍ଦୀ’କୁ ନେଇ କହିଲେ ଏଇ କଥା, ଭାଇରାଲ ହେଲା ଟ୍ୱିଟ ।

The Week
0 38

ବଲିଉଡ ଅଭିନେତା ଅନୁପମ ଖେର ପ୍ରାୟ ୪ ଦଶକ ହେବ ଭିନ୍ନ ଭିନ୍ନ ରୂପରେ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି । ହିନ୍ଦୀ ଦିବସ ଅବସରରେ ଅଭିନେତା ଅନୁପମ ଖେର ହିନ୍ଦୀ ଭାଷା ପ୍ରତି ନିଜର ଭଲପାଇବାକୁ ବ୍ୟକ୍ତ କରି ସୋସିଆଲ ମିଡିଆରେ ଏକ ଟ୍ୱିଟ କରିଛନ୍ତି ।

ଅଭିନେତା ଅନୁପମ ଖେର ନିଜର ଟ୍ୱିଟ ହ୍ୟାଣ୍ଡେଲରେ ଲେଖିଥିଲେ, ବଡ ଛୋଟକୁ ମାନେ ନାହିଁ ହିନ୍ଦୀ । ହିନ୍ଦୀ ଭାଷାରେ କ୍ୟାପିଟାଲ କି ସ୍ମଲ ଲେଟର ନଥାଏ… ସମସ୍ତ ଏଠାରେ ସମାନ । ଏହା ସହିତ ଅଧା ଅକ୍ଷରକୁ ସାହାରା ଦେବା ପାଇଁ ଏଠାରେ ପୂରା ଅକ୍ଷର ସର୍ବଦା ପ୍ରସ୍ତୁତ ଥାଏ । ଜୟ ହୋ । ହିନ୍ଦୀ ଦିବସ ।


ଅନୁପମ ଖେର ଏପରି ଜଣେ ଅଭିନେତା ଯେ ହିନ୍ଦୀ ଭାଷାରେ ଖୁବ ସୁନ୍ଦର ଏବଂ ସରଳତା ସହିତ ନିଜର ଡାଇଲଗ କହିଥାନ୍ତି । ସେ ପାଖାପାଖି ୪୦୦ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି । ପ୍ରତ୍ୟେକ ଫିଲ୍ମରେ ସେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି ଏବଂ ନିଜକୁ ଜଣେ ପୋଖତ ଅଭିନେତା ବୋଲି ପ୍ରାମଣ କରିଛନ୍ତି । ତାଙ୍କର ଆଗାମୀ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟରରେ ନଜର ଆସିବେ । ଏହି ଫିଲ୍ମରେ ସେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ରୋଲରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More