Only for Entertainment

ଅନୁପମ ଖେରଙ୍କ ଫିଲ୍ମ ‘ୱାନ ଡେ’ର ପୋଷ୍ଟର ରିଲିଜ ।

bollywood tadka
30

ବଲିଉଡ ଆକ୍ଟର ଅନୁପମ ଖେରଙ୍କ ଫିଲ୍ମ ୱାନ ଡେ’ର ପୋଷ୍ଟର ରିଲିଜ ହୋଇସାରିଛି । ଅନୁପମଙ୍କ ଏହି ପୋଷ୍ଟର ଦେଖି ଜଣାପଡ଼ୁଛି ସେ ଫିଲ୍ମରେ ଏକ ଓକିଲ ଚରିତ୍ରରେ ନଜର ଆସିବେ । ଅନୁପମ ଖେର ଏହି ପୋଷ୍ଟରକୁ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଏହା ସହିତ କ୍ୟାପ୍ସନରେ ଲେଖିଛନ୍ତି, ମୋ ଆଗାମୀ ଫିଲ୍ମ ୱାନ ଡେ ।

ଅନୁପମ ଲେଖିଛନ୍ତି ଚାକିରୀରୁ ରିଟାୟର ହୋଇଛି, ଜୀବନରୁ ନୁହେଁ । ଆଶା କରୁଛି ଆପଣଙ୍କୁ ପସନ୍ଦ ଆସିବ । ପୋଷ୍ଟର ଦେଖିବା ପରେ ଫିଲ୍ମ ଦେଖିବା ପାଇଁ ଦର୍ଶକ ଖୁବ ଉତ୍ସାହିତ । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅଶୋକ ନନ୍ଦ । ଫିଲ୍ମ ଏହି ବର୍ଷ ୨୦୧୯ରେ ରିଲିଜ ହେବ ।

ଫିଲ୍ମରେ ଅନୁପମଙ୍କ ବ୍ୟତୀତ ଈଶା ଗୁପ୍ତା ମଧ୍ୟ ନଜର ଆସିବେ । ସେ ତାଙ୍କ ପ୍ରଥମ ଲୁକ ଶେୟାର କରିଛନ୍ତି । ପୋଷ୍ଟରରେ ଈଶା ବନ୍ଧୁକ ଧରିଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More