Only for Entertainment

ଅନୁପମା ସୋନି ହେଲେ ମିସେସ ଇଣ୍ଡିଆ ଇଂଟରନ୍ୟାସନାଲ, ୨୫ଟି ଦେଶର ପ୍ରତିଯୋଗୀଙ୍କୁ ଟକ୍କର ଦେଇ ଜିତିଲେ ଏହି ଟାଇଟଲ !

36

ଜୟପୁରର ଡା. ଅନୂପମା ସୋନି ମିସେସ ଏସିଆ ଇଂଟରନ୍ୟାଶନାଲ ଟାଇଟଲ ଜିତିଛନ୍ତି । ଥାଇଲାଣ୍ଡର ରିୟୋଂଗ ସହରରେ ଆୟୋଜିତ ହୋଇଥିବା ମିସେସ ଏସିଆ ଇଂଟରନ୍ୟାସନାଲ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସୋନି ଅଲ ନେସନ୍ସ ଟାଇଟଲ ଏବଂ ମିସେସ ଫଟୋଜେନିକ ସବ୍ ଟାଇଟଲ ପ୍ରାପ୍ତ କରିଛନ୍ତି ।

୬ଦିନର ଏହି ପ୍ରତିଯୋଗିତାରେ ଅନେକ ଯୋଗ ଦେଇଥିଲେ । ସୋନି ଭାରତ ଫେରି କହିଛନ୍ତି ଯେ ସେ ଅତି ସୁନ୍ଦର ଭାବେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ଏହି ପ୍ରତିଯୋଗିତା ଜରିଆରେ ସେ ରାଜସ୍ଥାନର କଳା ଏବଂ ସଂସ୍କୃତିକୁ ପରିବେଶଣ କରିଥିଲେ । ପ୍ରତିଯୋଗିତାରେ ୨୫ ଦେଶରୁ ୩୫ଜଣ ପ୍ରତିଯୋଗୀ ଥିଲେ ।

ଏହାପୂର୍ବରୁ ଅନୁପମା ସୋନି ମିସେସ ଇଣ୍ଡିଆ ୨୦୧୮ର କ୍ରାଉନ ଜିତିଥିଲେ । ୩୦ଜୁଲାଇରେ ଚେନ୍ନାଇରେ ଆୟୋଜିତ ହୋଇଥିବା ମିସେସ ଇଣ୍ଡିଆର ଗ୍ରାଣ୍ଡ ଫାଇନାଲ ରାଉଣ୍ଡରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଅନୁପମା ପ୍ରଫେସନରେ ଜଣେ ଡାକ୍ତର ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More