Only for Entertainment

ଏହି ନିର୍ଦ୍ଦେଶକଙ୍କ ମସ୍ତୀ ଶିଳ୍ପାଙ୍କ ଉପରେ ପଡ଼ିଲା ଭାରି, ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ନେଇ ଉଠିଲା ଛାଡ଼ପତ୍ର କଥା ।

bollywood tadka
40

ବହୁ ଦିନ ହେବ କୌଣସି ଫିଲ୍ମରେ ଶିଳ୍ପା ସେଟ୍ଟୀ ନଜର ଆସିନଥିଲେ ମଧ୍ୟ କୌଣସି ନା କୌଣସି ରିଆଲିଟି ଶୋ’ରେ ସେ ବିଚାରକ ଭାବରେ ନଜର ଆସୁଛନ୍ତି । ନିକଟରେ ସେହିଭଳି ଏକ ରିଆଲିଟି ଶୋ’ରେ ଶିଳ୍ପାଙ୍କ ସହିତ ଘଟିଛି ଅଜବ ଘଟଣା ।ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କ ସହ ତାଙ୍କ ସଂପର୍କ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଥିବା ବେଳେ ଏବେ ଦୁହେଁ ଛାଡ଼ପତ୍ର ନେଉଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେବଳ ପ୍ରଶଂସକ ନୁହନ୍ତି, ଶିଳ୍ପାଙ୍କ ମା’ ମଧ୍ୟ ଏହି ଖବର ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହେବା ସହ ତୁରନ୍ତ ଶିଳ୍ପାଙ୍କୁ ଫୋନ କରି ଖବରର ସତ୍ୟତା ବିଷୟରେ ପଚାରିଥିଲେ । ଯାହା ପରେ ସମ୍ପୁର୍ଣ୍ଣ ସତ ସାମ୍ନାକୁ ଆସିଥିଲା ।

ସୂଚନା ମୁତାବକ, ଶିଳ୍ପା ଏବେ କୋରିଓଗ୍ରାଫର ଗୀତା କପୁର ଏବଂ ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ସହ ମିଶି ସୁପର ଡ୍ୟାନ୍‌ସରର ସିଜିନ୍‌-୩କୁ ଜଜ୍‌ କରୁଛନ୍ତି । ସୋ’ର ସୁଟିଂ ଚାଲୁଥିବା ବେଳେ ଅନୁରାଗ ବାସୁ ଶିଳ୍ପାଙ୍କ ସହ ପ୍ରାଙ୍କ କରିବାକୁ ଯାଇ ତାଙ୍କ ମା’ଙ୍କୁ ଶିଳ୍ପାଙ୍କ ଫୋନରୁ ଏକ ମେସେଜ ପଠାଇଥିଲେ । ଯେଉଁଥିରେ ‘ମୁଁ ରାଜ୍‌ଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛି’ ବୋଲି ଲେଖା ଯାଇଥିଲା । ଶିଳ୍ପାଙ୍କ ମା’ ଏହି ମେସେଜ ପାଇବା ପରେ ଆଶ୍ଚର୍ଯ୍ୟ ହୋଇ ଶିଳ୍ପାଙ୍କୁ ଫୋନ କରିଥିଲେ । ପ୍ରଥମେ ଶିଳ୍ପା କିଛି ବୁଝି ପାରି ନଥିବା ବେଳେ ପରେ ଅନୁରାଗ ବାସୁ ତାଙ୍କ ସହ ପ୍ରାଙ୍କ କରିଥିବା କଥା ସେ ଜାଣି ପାରିଥିଲେ । ସବୁ ଜାଣିବା ପରେ ସେ ନିଜ ମା’ଙ୍କୁ ମଧ୍ୟ ବୁଝାଇଥିଲେ ବୋଲି ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More