Only for Entertainment

ସାମ୍ନାକୁ ଆସିଲା ଅନୁରାଗ ବସୁଙ୍କ ଫିଲ୍ମ ‘ଲାଇଫ ଇନ ଏ ମେଟ୍ରୋ’ର ପ୍ରଥମ ଝଲକ, ଦେଖିବାକୁ ମିଳିଲା ରାଜକୁମାର ରାଓ ଏବଂ ଫାତିମା ସନା ଶେଖଙ୍କ ଭିନ୍ନ ଅନ୍ଦାଜ

bollywood life
17

ନିର୍ଦ୍ଦେଶକ ଅନୁରାଗ ବସୁଙ୍କ ଫିଲ୍ମ ‘ ଲାଇଫ ଇନ ଏ ମେଟ୍ରୋ’ର ପ୍ରଥମ ଝଲକ ସାମ୍ନାକୁ ଆସିଛି । ଏହି ଫିଲ୍ମର ପ୍ରଥମ ଫଟୋରେ ରାଜକୁମାର ରାଓ ଏବଂ ଫାତିମା ସନା ଶେଖ ନଜର ଆସିଛନ୍ତି । ଫଟୋରେ ଦୁହେଁ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ଦୁହେଁ ଫଟୋରେ ୮୦ ଦଶକର ଲୁକରେ ନଜର ଆସିଛନ୍ତି । ଏହି ଫଟୋକୁ ରାଜକୁମାର ରାଓ ନିଜ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଫଟୋକୁ ସେୟାର କରିବା ସହିତ ସେ କହିଛନ୍ତି, ଖୁବଶୀଘ୍ର ଆପଣଙ୍କ ସାମ୍ନାକୁ ଆସିବାକୁ ଯାଉଛି । ଏବେ ପାଇଁ ଏହାର ଏକ ଝଲକ । #AnuragBasu sir’s next with @fattysanashaikh’’

କହିରଖୁଛୁ ଯେ, ରାଜରକୁମାର ରାଓ ଏବଂ ଫାତିମା ସନା ଶେଖଙ୍କ ବ୍ୟତିତ ଫିଲ୍ମରେ ଅଭିଷେକ ବଚ୍ଚନ, ପରିଣୀତି ଚୋପ୍ରା , ପଙ୍କଜ ତ୍ରୀପାଠୀ ଏବଂ ଆଦିତ୍ୟ ରୟ କପୁରଙ୍କ ପରି କଳାକର ନଜର ଆସିବେ । ପୂର୍ବ ଫିଲ୍ମ ପରି ଏହି ଫିଲ୍ମରେ ମଧ୍ୟ ଭିନ୍ନ ଭିନ୍ନ ଷ୍ଟୋରୀ ଲାଇନ ଦେଖିବାକୁ ମିଳିବ । ଫିଲ୍ମର ଲିଡ କ୍ୟାରେକ୍ଟର ଫାଇନାଲ ହୋଇଯାଇଥିଲେ ମଧ୍ୟ ଫିଲ୍ମର ରିଲିଜ ଡେଟ ଫାଇନାଲ ନାହିଁ ।
ଅନୁରାଗ ବସୁ ‘ଲାଇଫ ଇନ ଏ ମେଟ୍ରା’ ବ୍ୟତିତ ଫିଲ୍ମ ‘ଇମଲି’ ମଧ୍ୟ ନେଇ ଆସୁଛନ୍ତି । ଏହି ଫିଲ୍ମରେ କଙ୍ଗନା ରଣାୱତ ନଜର ଆସିବେ । ଫିଲ୍ମର ସୁଟିଂ ଶୀଘ୍ର ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More