Only for Entertainment

ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ଗ୍ୟାଙ୍ଗସ ଅଫ ୱାସେପୁର’ ରଚିଲା ଇତିହାସ, ସର୍ବଶ୍ରେଷ୍ଠ ୧୦୦ ଫିଲ୍ମରେ ଏକମାତ୍ର ଭାରତୀୟ ଫିଲ୍ମ

zee news
39

ଅନୁରାଗ କଶ୍ୟପ ନିଜ ଫିଲ୍ମ ଜରିଆରେ ଲୋକଙ୍କର ମନୋରଂଜନ କରିବାରେ ସଫଳ ହୋଇଛନ୍ତି ତାହା ସତ କିନ୍ତୁ ଏବେ ସେ ଏପରି କିଛି କରିଛନ୍ତି ଯାହା ତାଙ୍କ ସଫଳତାକୁ ପୂରା ଦୁନିଆରେ ପରିଚିତ କରାଇଛି । ଆଜ୍ଞା ହଁ, ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ଗ୍ୟାଙ୍ଗସ ଅଫ ୱାସେପୁର’ ଏକମାତ୍ର ଭାରତୀୟ ଫିଲ୍ମ ଯେ ଶ୍ରେଷ୍ଠ ୧୦୦ ଫିଲ୍ମରେ ସାମିଲ ହୋଇଛି ।

‘ଦ ଗାର୍ଡିୟନ’ରେ ଏକବିଂଶ ଶତାବ୍ଦୀର ୧୦୦ଟି ଶ୍ରେଷ୍ଠ ଫିଲ୍ମ ମଧ୍ୟରେ ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ଗ୍ୟାଙ୍ଗସ ଅଫ ୱାସେପୁର’ ଏକମାତ୍ର ଭାରତୀୟ ଫିଲ୍ମ ଭାବେ ସାମିଲ ହୋଇଛି । ଅନୁରାଗ କଶ୍ୟପ ଏହି ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଆକ୍ସନ ଡ୍ରାମା ଫିଲ୍ମ ‘ଗ୍ୟାଙ୍ଗସ ଅଫ ୱାସେପୁର’ ୧୦୦ଟି ଶ୍ରେଷ୍ଠ ଫିଲ୍ମ ତାଲିକାରେ ୫୯ ତମ ସ୍ଥାନ ହାସଲ କରିଛି ।

 

View this post on Instagram

 

Guardian’s list of 100 best film of 21st century . Proud to be here but this wouldn’t be my list.So many films which are my favourites can’t be below my film.. and “the Dark Knight” deserves to be way up. The number 1 film in the list I totally agree with. That’s my absolute favourite of the 21st century. Here is the list https://www.theguardian.com/film https://www.theguardian.com/film/2019/sep/13/100-best-films-movies-of-the-21st-century/2019/sep/13/100-best-films-movies-of-the-21st-century …. link also in bio. P.S. this is also is that film of mine that totally destroyed my filmmaking life by the expectations it sets from me as a filmmaker and has been continuously so , and I have forever been trying to break away from it. Hopefully someday that will happen .

A post shared by Anurag Kashyap (@anuragkashyap10) on

ଅନୁରାଗ କଶ୍ୟପ ଲେଖିଛନ୍ତି, ‘ଏଠାକୁ ଆସି ଗର୍ବ ଅନୁଭବ ହେଉଛି । କିନ୍ତୁ ଏହା ମୋ ଲିଷ୍ଟ ନୁହେଁ । ମୋ ପସନ୍ଦର ଏପରି ଅନେକ ଫିଲ୍ମ ଅଛି ଯାହା ମୋ ଫିଲ୍ମ ଠାରୁ ତଳେ ରହିବା କଥା ନୁହେଁ । ‘ଦ ଡାର୍କ ନାଇଟ’ ଆହୁରି ଅଧିକ ଉପରେ ରହିବାର ହକଦାର ରହିଛି । ଏହି ସୂଚିରେ ପ୍ରଥମ ସ୍ଥାନରେ ଯେଉଁ ଫିଲ୍ମ ରହିଛି ତାହାକୁ ନେଇ ମୁଁ ସହମତ ଅଛି । ଏହା ଏକବିଂଶ ଶତାବ୍ଦୀର ମୋର ସବୁଠାରୁ ପସନ୍ଦର ଫିଲ୍ମ ।’

ଫିଲ୍ମ ‘ଗ୍ୟାଙ୍ଗସ ଅଫ ୱାସେପୁର’ ୨୦୧୨ରେ ରିଲିଜ ହୋଇଥିଲା । ଫିଲ୍ମ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ଏବଂ ବକ୍ସ ଅଫିସରେ ହିଟ ହୋଇଥିଲା । ଫିଲ୍ମରେ ମନୋଜ ବାଜପେୟୀ, ନବାଜୁଦ୍ଦିନ ସିଦ୍ଦିକ, ପିୟୁଷ ମେହରା ଏବଂ ରିଚା ଚଢାଙ୍କ ପରି କଳାକାର ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More