Only for Entertainment

ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ମିଳିଲା ଜୀବନରୁ ମାରିଦେବାର ଧମକ

india today
49

ବଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଛି । ନିକଟରେ ଅନୁରାଗଙ୍କ ସମେତ ୪୯ ଜଣ କଳାକାର ଦେଶରେ ବଢୁଥିବା ମବ ଲିଚିଙ୍ଗ ଘଟଣା ଉପରେ ବିଚାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । କଳାକାର ସୋସିଆଲ ମିଡିଆ ଆକାଉଂଟରେ ମଧ୍ୟ ଏହି ଚିଠିକୁ ଶେୟାର କରିଥିଲେ । ଯାହାପରେ ଅନୁରାଗ କଶ୍ୟପଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଛି ।

ଖବର ଅନୁସାରେ ଏହା ପୂର୍ବରୁ ଅନ୍ୟ ଜଣେ ଆକ୍ଟରଙ୍କୁ ଧମକ ଦିଆଯାଇଥିବା ଖବର ଶୁଣିବାକୁ ମିଳିଥିଲା । ଧମକ ଦେଇଥିବା ୟୁଜର ଲେଖିଛି ନିକଟରେ ମୁଁ ମୋ ସଟ ଗନ ଏବଂ ରାଇଫଲ ସଫା କରିଛି । ଏବେ ଅନୁରାଗ କଶ୍ୟପର ଆମ୍ନାସାମ୍ନାକୁ ଅପେକ୍ଷା କରିଛି ।

ଘଟଣାକୁ ଗମ୍ଭୀର ଭାବରେ ନେଇ ଅନୁରାଗ କଶ୍ୟପ ମୁମ୍ବାଇ ପୋଲିସକୁ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More