Only for Entertainment

ଫଟୋ ଉଠାଇବାକୁ ଯାଇଥିଲେ ଅନୁଷ୍କା, କିନ୍ତୁ କିଏ ଦେଖାଇଲେ ତାଙ୍କୁ ଆଟିଟ୍ୟୁଡ !

DNA India
0 65

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ସୁଇ ଧାଗା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଅନୁଷ୍କା ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ ସୁଟିଂର ଫଟୋ ଏବଂ ଭିଡିଓ ଷ୍ଟୋରୀ ଶେୟାର କରୁଥିବା ଦେଖିବାକୁ ମିଳିଛି । ନିକଟରେ ଅନୁଷ୍କା ନିଜ ଫ୍ୟାନମାନଙ୍କ ସହିତ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ କେହି ଜଣେ ତାଙ୍କୁ ଆଟିଟ୍ୟୁଡ ଦେଖାଉଛି ।

ଇଂଷ୍ଟାଗ୍ରାମରେ ଅନୁଷ୍କା ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ଘୋଡା ସହିତ ଫଟୋ ଉଠାଇଛନ୍ତି । ଫଟୋରେ ଅନୁଷ୍କା ଖୁବ ଏକ୍ସସାଇଟେଡ ନଜର ଆସିଥିବା ବେଳେ ଘୋଡା ତାଙ୍କ ଆଡକୁ ଦେଖୁନାହିଁ । ଅନୁଷ୍କା ଏହି ଫଟୋକୁ ଶେୟାର କରି କ୍ୟାପସନ ଦେଇଥିଲେ ‘ଦେଖ ଏହାର ଆଟିଟ୍ୟୁଡ ! ଉଫ !’ । ଅନୁଷ୍କାଙ୍କ ଏହି ଫଟୋ ତାଙ୍କର ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସୁଛି । ୧୫ ଘଣ୍ଟା ମଧ୍ୟରେ ଏହି ଫଟୋକୁ ୧୦ ଲକ୍ଷରୁ ଅଧିକ ଲାଇକ ମିଳିସାରିଛି ।

 

Look at that attitude ! Uff ! ??✨

A post shared by AnushkaSharma1588 (@anushkasharma) on

କହି ରଖୁଛୁ ଯେ, ବିରାଟ ଏବଂ ଅନୁଷ୍କା ଦୁହେଁ ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହିଥାନ୍ତି । ଏବଂ ଫ୍ୟାନମାନଙ୍କ ସହିତ ପ୍ରତ୍ୟେକଦିନ କିଛି ନା କିଛି ଶେୟାର କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More