Only for Entertainment

ସାଇକେଲରେ ବିତାଇଲେ ୧୦ଘଂଟା, ଜାଣନ୍ତୁ ଏହାର କାରଣ !

amar ujala
0 70

ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଅଭିନେତା ବରୁଣ ଧୱନ ନିଜ ଆଗାମୀ ଫିଲ୍ମ ସୁଇ ଧାଗା – ମେଡ୍ ଇନ୍ ଇଣ୍ଡିଆରେ ଏକଦମ୍ ଭିନ୍ନ ଅନ୍ଦାଜରେ ନଜର ଆସିବେ । ଫିଲ୍ମରେ ସ୍ଥାନ ପାଇଥିବା ଦୁହିଁଙ୍କ ଲୁକକୁ ନେଇ ମାୟାନଗରୀରେ ଜୋର୍ ଦାର୍ ଚର୍ଚ୍ଚା ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଏହି ଆଗାମୀ ଫିଲ୍ମରେ ଅଭିନେତା ବରୁଣ ଧୱନ ମୌଜି ନାମକ ଟେଲର୍ ଭୂମିକାରେ ନଜର ଆସିବେ । ଫିଲ୍ମରେ ତାଙ୍କ ପତ୍ନୀ ମମତା ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ଅନୁଷ୍କା ଶର୍ମା । ବର୍ତ୍ତମାନ ଫିଲ୍ମର ସୁଟିଂ ମଧ୍ୟପ୍ରଦେଶରେ ଜୋର ସୋର୍ରେ ଆଗେଇ ଚାଲିଛି । ଆଉ ସେଟରୁ ଏକ ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ଯେଉଁ ଦୃଶ୍ୟରେ ଅଭିନେତା ବରୁଣ ଧୱନ, ଅନୁଷ୍କାଙ୍କୁ ସାଇକେଲରେ ବସାଇ ନେବାର ଦେଖିବାକୁ ମିଳିଛି । ତେବେ ଶୁଣିବାକୁ ମିଳିଛି ଫିଲ୍ମର ଏହି ଦୃଶ୍ୟକୁ କରିବା ପାଇଁ ଦିନରେ ପାଖାପାଖି ୧୦ ଘଂଟା ଏହି ଦୁଇ ଷ୍ଟାର ସାଇକେଲ୍ ଉପରେ ହିଁ କାଟିଛନ୍ତି । ଏକ ସତ କାହାଣୀ ଉପରେ ଆଧାରିତ ହୋଇଛି ସୁଇ ଧାଗାର କାହାଣୀ । ଆଉ ଯାହା ପାଇଁ ଫିଲ୍ମ ନିର୍ମାତା ପ୍ରତ୍ୟେକ ସିନ୍, ପ୍ରତ୍ୟେକ କଥାକୁ ଅତି ଗୁରୁତ୍ୱ ଦେଇଛନ୍ତି ।

ଫିଲ୍ମରେ ବରୁଣ ଓ ଅନୁଷ୍କାଙ୍କ ଚରିତ୍ର ଯେପରି ରିଅଲିଷ୍ଟିକ୍ ଲାଗିବ, ସେଭଳି ସିମ୍ପଲ ଲୁକ୍ ଦୁହିଁଙ୍କୁ ଦିଆଯାଇଛି । ଅନୁଷ୍କା ସିମ୍ପଲ୍ ଶାଢିରେ ନଜର ଆସିଥିବାବେଳେ ବରୁଣ ଧୱନଙ୍କୁ ନିଶ ରଖିବା ସହ ଏକ ସାଧାରଣ ସାଇକେଲ ଚଲାଇବାର ଦେଖିବାକୁ ମିଳିବ ଫିଲ୍ମରେ । ୟଶ ରାଜ୍ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ଭରତ କଟାରିଆ । ସେପ୍ଟେମ୍ବର ୨୮ରେ ପରଦାକୁ ଆସିବ ସୁଇ ଧାଗା – ମେଡ୍ ଇନ୍ ଇଣ୍ଡିଆ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More