ପତ୍ନୀ ଅନୁଷ୍କାଙ୍କ ସହିତ ଜିମରେ ମସ୍ତି କରୁଥିବା ନଜର ଆସିଲେ ବିରାଟ, ଭିଡିଓ ହେଉଛି ଭାଇରାଲ
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରନ୍ତି । ଦୁହେଁ ନିଜର ଫଟୋ ଏବଂ ଭିଡିଓକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏବଂ ଦୁହିଁଙ୍କ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଭାଇରାଲ ହୋଇଯାଇଥାଏ । ନିକଟରେ ପୁଣିଥରେ ବିରାଟ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ବିରାଟ ବିଡିଓ ବନାଉଥିବା ବେଳେ ଅନୁଷ୍କାଙ୍କୁ ୱାର୍କ ଆଉଟ କରୁଥିବାର ଦେଖିବାକୁ ମିଳିଛି । ଦୁହିଁଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଦୁହେଁ ଏକା ସହିତ ୱାର୍କ ଆଉଟ କରୁଥିବା ନଜର ଆସିଛନ୍ତି । ଏହା ସହିତ ଭିଡିଓରେ ବିରାଟ ଅନୁଷ୍କାଙ୍କ ପ୍ରଶଂସା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଭିଡିଓର ଶେଷରେ ବିରାଟ କହୁଛନ୍ତି ଅନୁଷ୍କା ମୋ ଠାରୁ ଅଧିକ କାଡିୟୋ କରୁଛନ୍ତି । ଏହାର ଉତ୍ତରରେ ଅନୁଷ୍କା ବକବାସ କହୁଥିବା ଦେଖିବାକୁ ମିଳିଛି ।
ସମୟ ମିଳିବା ମାତ୍ରେ ଦୁହେଁ ପରସ୍ପର ସହିତ ସମୟ ବିତାଇଥାନ୍ତି । ଏବଂ ପରସ୍ପରର ସପୋର୍ଟ କରିଥାନ୍ତି । ଫିଲ୍ମ ବିଷୟରେ କହିବାକୁ ଗଲେ ଅନୁଷ୍କା ବର୍ତ୍ତମାନ ଏକାଧକ ଫିଲ୍ମର ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି । ଏବଂ ବିରାଟ ଆଇପିଏଲ ପରେ ବିଶ୍ରାମରେ ଅଛନ୍ତି ।