Only for Entertainment

ରଣବୀର ସିଂଙ୍କ ପୂର୍ବ ପ୍ରେମିକାଙ୍କୁ ମଧ୍ୟ ପସନ୍ଦ ଆସିଲା ଦୀପିକାଙ୍କ ପିଙ୍କ ଲୁକ

actor26
0 41

ବଲିଉଡ ଅଭିନେତ୍ରୀ ଦୀପିକା ନିକଟରେ କାନ୍ସରେ ନିଜର ଆପିୟରାନ୍ସ ଦେଇ ଭାରତ ଫେରିଛନ୍ତି । କାନ୍ସରେ ଦୀପିକାଙ୍କ ଲୁକକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ସେଠାରେ ଦୀପିକାଙ୍କୁ ଭିନ୍ନ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । କିନ୍ତୁ କାନ୍ସରେ ଦୀପିକା ପିନ୍ଧିଥିବା ପିଙ୍କ ଗାଉନ ସବୁଠାରୁ ଚର୍ଚ୍ଚାରେ ରହିଛି ।

deepika

କେବଳ ଫ୍ୟାନ୍ସ ନୁହଁନ୍ତି ଦୀପିକାଙ୍କ ପିଙ୍କ ଗାଉନ ଲୁକକୁ ଫିଲ୍ମ ଷ୍ଟାରମାନେ ମଧ୍ୟ ପସନ୍ଦ କରିଛନ୍ତି । ଦୀପିକାଙ୍କ ପିଙ୍କ ଲୁକ ଅନୁଷ୍କା ଶର୍ମାଙ୍କୁ ଖୁବ ପସନ୍ଦ ଆସିଛି ।

deepika

ଦୀପିକା ପିଙ୍କ ଲୁକର ଅନେକ ଫଟୋ ନିଜ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫ୍ୟାନ୍ସମାନଙ୍କ ବ୍ୟତିତ ଦୀପିକାଙ୍କ ଫଟୋରେ ଅନୁଷ୍କା ମଧ୍ୟ କମେଣ୍ଟ କରି ତାଙ୍କର ପ୍ରଶଂସା କରିଛନ୍ତି । ଅନୁଷ୍କାଙ୍କ କମେଣ୍ଟର ରିପ୍ଲାଏ ଦେଇ ଦୀପିକା ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେବଳ ଅନୁଷ୍କା ନୁହଁନ୍ତି ଦୀପିକାଙ୍କ ବୟଫ୍ରେଣ୍ଡ ରଣବୀର ସିଂ ମଧ୍ୟ ତାଙ୍କ ପୋଷ୍ଟରେ କମେଣ୍ଟ କରିଥିବା ନଜର ଆସିଛି ।

anushka cmnt

କହିରଖୁଛୁ ଯେ ଦୀପିକା କାନ୍ସରେ ପିନ୍ଧିଥିବା ପିଙ୍କ ଗାଉନ ଆଶୀ ଷ୍ଟୁଡିଓର ଥିଲା । ଦୀପିକାଙ୍କ ବ୍ୟତିତ କଙ୍ଗନା ଏବଂ ଐଶ୍ୱର୍ଯ୍ୟାଙ୍କ ଲୁକ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ବିବାହ ପରେ ପ୍ରଥମଥର ପାଇଁ ଆଜି କାନ୍ସର ରେଡ କାର୍ପେଟରେ ନଜର ଆସିବେ ଅଭିନେତ୍ରୀ ସୋନମ କପୁର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More