Only for Entertainment

ସୁଟିଂ ସମୟରେ ଆଘାତ ପାଇଲେ ଅନୁଷ୍କା,ବର୍ତ୍ତିଲେ ନାହିଁ ବରୁଣ ।

aajtak
0 33

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବ୍ଲକ ପ୍ରିଂଟିଙ୍ଗ କରୁଥିବା ସମୟରେ ଆଘାତ ପାଇଛନ୍ତି । ଖବର ଅନୁସାରେ ଫିଲ୍ମ ସୁଇ ଧାଗାର ଏକ ସିକ୍ୱେନ୍ସ ପାଇଁ ଅନୁଷ୍କାଙ୍କୁ ୧ ଘଂଟା ପାଇଁ ବ୍ଲକ ପ୍ରିଂଟିଙ୍ଗ କରିବାର ଥିଲା । ତେବେ ସେହି ସମୟରେ ତାଙ୍କୁ ଆଘାତ ଲାଗିଛି ।

ଅନୁଷ୍କା ଫିଲ୍ମ ସୁଇ ଧାଗାରେ ଜଣେ ଦରଜୀର ପତ୍ନୀ ଚରିତ୍ରରେ ଅଭିନୟ କରୁଛନ୍ତି । ଯିଏ କେବଳ ନିଜ ପତିକୁ କାମ କରିବାକୁ ଉତ୍ସାହିତ କରିଛି ତାହା ନୁହେଁ ବରଂ ନିଜେ ମଧ୍ୟ ଖୁବ ପରିଶ୍ରମ କରି ସାହାଯ୍ୟ କରିଛି ।

ଅନୁଷ୍କାଙ୍କ କହିବା ଅନୁସାରେ ସୁଟିଂ ସମୟରେ ତାଙ୍କୁ କେତେବେଳେ ଆଘାତ ଲାଗିଲା ସେ ନିଜେ ମଧ୍ୟ ଜାଣିପାରିଲେ ନାହିଁ । ଏହି ପୂରା ଦୃଶ୍ୟରେ ତାଙ୍କ ହାତ ନୀଳ ପଡ଼ି ଯାଇଥିଲା । ତେବେ ଏହି ଫିଲ୍ମରେ ଖୁବ ପରିଶ୍ରମ କରିଥିବା କଥା କହିଛନ୍ତି ଅନୁଷ୍କା । କେବଳ ସେତିକି ନୁହେଁ ଫିଲ୍ମ ସୁଟିଂ ସମୟରେ ବରୁଣ ଧାୱନ ମଧ୍ୟ ଆଘାତ ପାଇଛନ୍ତି । ବରୁଣ ଧାୱନ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି । ବରୁଣ କହିଛନ୍ତିଯେ ଫିଲ୍ମରେ ଏକ ଝଗଡ଼ା ଦୃଶ୍ୟରେ ସେ ସିଢିରୁ ପଡ଼ିଗଲେ,କିନ୍ତୁ ତାଙ୍କୁ ଏଥିରେ ବିଶେଷ କିଛି ଆଘାତ ଲାଗିନାହିଁ ।

ଫିଲ୍ମରେ ଅଭିନୟ କରୁଥିବା ସମୟରେ ଆକ୍ଟରଙ୍କୁ ଆଘାତ ଲାଗିବା ଏକ ସାଧାରଣ କଥା । ତଥାପି ବ୍ଲକ ପ୍ରିଂଟିଙ୍ଗ ସମୟରେ ଅନୁଷ୍କାଙ୍କୁ ଆଘାତ ଲାଗିବା ନିହାତି ଭାବରେ ଇଂଟ୍ରେଷ୍ଟିଙ୍ଗ କଥା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More