Only for Entertainment

ଫୋର୍ବ୍ସ ତାଲିକାରେ ଅନୁଷ୍କା, ଏସିଆର ଟପ ୩୦ତାଲିକାରେ ରହିଛି ନାଁ ।

indian express
0 63

ବଲିଉଡ ଅଭିନେତ୍ରୀ ତଥା ନିର୍ମାତା ଅନୁଷ୍କା ଶର୍ମାଙ୍କୁ ଫୋର୍ବ୍ସ ୩୦ଅଣ୍ଡର ୩୦ ଏସିଆ ୨୦୧୮ସୂଚୀରେ ସାମିଲ କରିଛି । ଏହି ସୂଚୀରେ କିଛି ନୂଆ କିମ୍ବା ଅନୋଖା କାମ କରିଥିବା ବ୍ୟକ୍ତିତ୍ୱଙ୍କର ନା ରହିଛି ଯେଉଁମାନେ ଦୁନିଆକୁ ବଦଳାଇବା କ୍ଷେତ୍ରରେ କିଛି କାମ କରିଛନ୍ତି । ଭାରତୀୟ ଫିଲ୍ମ ଉଦ୍ୟୋଗରେ ସବୁଠାରୁ ଅଧିକ ଭୋଗ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଅନୁଷ୍କା ଶର୍ମା ୨୯ତମ ସ୍ତରରେ ରହିଛନ୍ତି । ଅନୁଷ୍କା ମଡେଲିଂ ଜରିଆରେ ୨୦୦୭ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ନିଜର ଅଭିନୟ ୨୦୦୮ରେ ପରଦାକୁ ଆସିଥିବା ‘ରବ ନେ ବନାଦି ଯୋଡି’ଫିଲ୍ମରୁ ଆରମ୍ଭ କରିଥିଲେ, ଯେଉଁଥିରେ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡରେ ସର୍ବଶ୍ରେଷ୍ଠ ଅଭିନେତ୍ରୀର ସମ୍ମାନ ମିଳିଥିଲା ।

ଫୋର୍ବ୍ସର ସୂତର ଅନୂଯାୟୀ ଏସିଆକୁ ପରିବର୍ତ୍ତନ କରିବା ଦିଗରେ ୩୦୦ଜଣଙ୍କ ନାମ ରଖାଯାଇଛି । ଭାରତର ବ୍ୟାଡମିଂଟନ ଖେଳାଳୀ ପି,ଭି ସିନ୍ଧୁଙ୍କୁ ମଧ୍ୟ ଏହି ତାଲିକାରେ ରଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More