Only for Entertainment

ପତ୍ନୀଙ୍କ ଫିଲ୍ମ ‘ପରୀ’ ଦେଖିଲା ପରେ ବିରାଟଙ୍କର ଏପରି ଥିଲା ରାୟ, ଜାଣନ୍ତୁ !

newsx
0 122

ଅନୁଷ୍କାଙ୍କ ଫିଲ୍ମ ‘ପରୀ’ଗତକାଲି ରିଲିଜ ହୋଇଯାଇଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ ରିଲିଜ ହେବା କ୍ଷଣି ପ୍ରଥମ ଦିନରୁ ହିଁ ଭଲ ରୋଜଗାର ହୋଇଛି । ଫିଲ୍ମ ପ୍ରଥମ ଦିନରେ ହିଁ ୪କୋଟି ବ୍ୟବସାୟ ରୋଜଗାର କରିବାରେ ସକ୍ଷମ ହୋଇପାରିଛି । ଯାହା ଏହି ଫିଲ୍ମ ପାଇଁ ବଡ ଖୁସିର ବିଷୟ । ସେହିଭଳି ବିରାଟ କୋହଲିଙ୍କୁ କଚି ବିବାହ କରିବା ପରେ ଅନୁଷ୍କାଙ୍କର ଏହା ହେଉଛି ପ୍ରଥମ ଫିଲ୍ମ । ବିରାଟ ଏହି ଫିଲ୍ମକୁ ଦେଖି ଏହା ସମ୍ବନ୍ଧରେ ନିଜର ରାୟ ମଧ୍ୟ ଦେଇଛନ୍ତି । ବିରାଟ ଟ୍ୱିଟର ଜରିଆରେ ଏହି ଫିଲ୍ମର ପ୍ରଶଂସା କରି ନିଜର ଅନୁଭବ ପ୍ରକାଶ କରିଛନ୍ତି ।


ବିରାଟ ଅନୁଷ୍କାଙ୍କ ‘ପରୀ’ରେ ରୂପ ଦେଖି ମଧ୍ୟ ଚକିତ ହୋଇଯାଇଥିଲେ । ଗତ ରାତିରେ ବିରାଟ ଏହି ଫିଲ୍ମ ଦେଖିଥିଲେ । ଏହା ତାଙ୍କ ପତ୍ନୀଙ୍କର ଏବେ ପର୍ଯ୍ୟନ୍ତ ଫିଲ୍ମ ଦୁନିଆର ସବୁଠାରୁ ନିଆରା କାର୍ଯ୍ୟ ଅଟେ । ବିଗତ କିଛି ଦିନ ପୂର୍ବରୁ ଏଭଳି ରୋମାଂଚକର ଫିଲ୍ମ ସେ ଦେଖି ନାହାନ୍ତି ବୋଲି ସେ ବିରାଟ ଟ୍ୱିଟ କରିଛନ୍ତି । ଟ୍ୱିଟ ଜରିଆରେ ତାଙ୍କୁ ଏହି ଫିଲ୍ମ ଅତ୍ୟନ୍ତ ଭୟାନକ ଥିବା ଏବଂ ଏହି ଫିଲ୍ମ ପାଇଁ ସେ ଅନୁଷ୍କାଙ୍କ ଛପରେ ଗର୍ବିତ ଥିବା ମଧ୍ୟ ଜଣାଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଏହା ଅନୁଷ୍କାଙ୍କ ତୃତୀୟ ଫିଲ୍ମ ଅଟେ । ଯାହାକୁ ସେ ନିଜେ ପ୍ରଯୋଜନା ଦେଇଛନ୍ତି । ଏହି ଫିଲ୍ମକୁ ପ୍ରୋସିତ ରାୟ ନିର୍ଦ୍ଧେଶନା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More