Only for Entertainment

ଅନୁଷ୍କା-ବିରାଟଙ୍କୁ ଇଂଷ୍ଟାଗ୍ରାମରେ ଅନଫଲୋ କଲେ ରୋହିତ ଶର୍ମା, ଅଭିନେତ୍ରୀ ଏଭଳି ପୋଷ୍ଟ ସେୟାର କରି କଲେ ମୁହଁ ବନ୍ଦ

latestly
408

ଆଇସିସ କ୍ରିକେଟ ବିଶ୍ୱକପ ୨୦୧୯ରେ ଭାରତୀୟ ଟିମ ଫାଇନାଲରେ ପହଁଚିପାରିଲା ନଥିଲା । ମିଡିଆ ରିପୋର୍ଟ ଅନୁସାରେ ଭରତ ନୁଜିଲ୍ୟାଣ୍ଡ ସହିତ ମ୍ୟାଚ ହାରିବା ପରେ କ୍ରିକେଟର ବିରାଟ କୋହଲୀ ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଯାଇଛି ଏବଂ ଦୁହେଁ ପରସ୍ପର ସହିତ ଭଲରେ କଥା ହେଉନାହାଁନ୍ତି । ଏହା ପରେ କୁହାଯାଉଛି ଯେ ରୋହିତ ଶର୍ମା କୌଣସି କାରଣ ପାଇଁ ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମାଙ୍କୁ ଇଂଷ୍ଟାଗ୍ରାମରେ ଅନଫଲୋ କରିଦେଇଛନ୍ତି ।

ନିକଟରେ ଅନୁଷ୍କା ସୋସିଆଲ ମିଡିଆରେ ଏପରି ଏକ ମେସେଜ ପୋଷ୍ଟ କରିଛନ୍ତି ଯାହାକୁ ଦେଖିବା ପରେ ଲାଗୁଛି ସେ ଏହି ପୋଷ୍ଟ ରୋହିତ ଶର୍ମାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି । ଅନୁଷ୍କା ନିଜ ଇଂଷ୍ଟାଗ୍ରାମ ଷ୍ଟୋରୀ ସେୟାର କରି ଲେଖିଛନ୍ତି, ‘ଜଣେ ବୁଦ୍ଧିମାନ ବ୍ୟକ୍ତି ଥରେ କିଛି କହିଲା ନାହିଁ । କେବଳ ସତ୍ୟ ହିଁ ମିଛ ଦେଖାଣିଆ ସହିତ ଶାନ୍ତିରେ ହାତ ମିଳାଇ ପାରିବ । ’

କହିରଖୁଛୁ ଯେ, ରୋହିତ ଦୁହିଁଙ୍କୁ ଅନଫଲୋ କରିଥିଲେ ବି ବିରାଟ ଅନୁଷ୍କା ତାଙ୍କୁ ଅନଫଲୋ କରିନାହାଁନ୍ତି । ଉଭୟ ରୋହିତ ଶର୍ମା ଏବଂ ବିରାଟ କୋହଲୀ ଏବେ ୱେଷ୍ଟଇଣ୍ଡିଜ ଟୁର ପାଇଁ ଟିମରେ ଅଛନ୍ତି । ଏହି ଟରୁର ଆରମ୍ଭ ୩ ଅଗଷ୍ଟରୁ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More