Only for Entertainment

ଭିଡରେ ନାରା ଲାଗିଲା ବିରାଟଙ୍କର, ଯାହା ଦେଖି ଅନୁଷ୍କା କଲେ ଏଭଳି ପ୍ରତିକ୍ରିୟା !

0 63

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବରୁଣ ଧୱନ ଷ୍ଟାରର ଅପକମିଂ ଫିଲ୍ମ ‘ସୁଇ ଧାଗା: ମେଡ ଇନ ଇଣ୍ଡିଆ’ର ପ୍ରମୋଶନ ଖୁବ ଜୋରସୋରରେ ଚାଲିଛି ।

କିଛି ଦିନ ହେବ ଦୁହେଁ ପ୍ରମୋଶନ ପାଇଁ ଜୟପୁରରେ ପହଂଚିଥିଲେ । ରିପୋର୍ଟ ମୁତାବକ ଅନୁଷ୍କା, ବରୁଣ ଧୱନଙ୍କ ସହ ଜୟପୁରର ଏକ କଲେଜରେ ପ୍ରମୋଶନ ପାଇଁ ପହଂଚିଥିଲେ । ଏଠାରେ ଅନୁଷ୍କାଙ୍କୁ ଦେଖି ଦର୍ଶକଙ୍କ ଭିଡ କୋହଲୀଙ୍କ ନାରା ଲଗାଇଥିଲେ । ଦର୍ଶକଙ୍କୁ ଶାନ୍ତ କରିବା ଲାଗି ଅନୁଷ୍କା କହିଥିଲେ ଯେ ସମସ୍ତେ ତାଙ୍କୁ ଭଲ ପାଆନ୍ତି ଏବଂ ସମସ୍ତେ ତାଙ୍କୁ ମନେ ପକାଉଛନ୍ତି । ତାଙ୍କୁ ବି ବିରାଟଙ୍କ କଥା ମନେ ପଡୁଥିବା କହିଛନ୍ତି । କିନ୍ତୁ ପ୍ରମୋଶନ ପାଇଁ ଆସିଥିବା କହି ଏହି କାର୍ଯ୍ୟ ଆଗକୁ ବଢାଇବା ପାଇଁ କହିଲେ ଅନୁଷ୍କା ଶର୍ମା ।

 

ଏଠାରେ ଆମେ କହି ରଖୁଛୁ ଯେ ସୁଇ ଧାଗାର କାହାଣୀ ମମତା ଏବଂ ମୌଜିଙ୍କ ବିଷୟରେ । ଏହି ଯୋଡି ଅନେକ ଜାଗାରେ ଧକ୍କା ଖାଇଲା ପରେ ନିଜେ ନିଜ ସ୍ୱପ୍ନ ପୂରଣ କରୁଛନ୍ତି । କଷ୍ଟ କରି ସଫଳତା ହାସଲ କରୁଛନ୍ତି । ଏହଭଳି କିଛି କାହାଣୀ ରହିଛି ଏହି ଫିଲ୍ମରେ । ଫିଲ୍ମରେ ଦୁହେଁ ପତି ପତ୍ନୀ ହୋଇଛନ୍ତି । ମନୀଷ ଶର୍ମା ଏହି ଫିଲ୍ମକୁ ପ୍ରଡ୍ୟୁସ କରିଛନ୍ତି । ଫିଲ୍ମରେ ଅନୁ ମଲିକ ସଂଗୀତ ଧୁନ ଦେଇଛନ୍ତି । ଫିଲ୍ମର ଅଧିକାଂଶ ସୁଟିଂ ମଧ୍ୟପ୍ରଦେଶରେ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More