Only for Entertainment

ବିବାହର ଦେଢବର୍ଷ ପରେ ଅନୁଷ୍କା ଶର୍ମା ବିରାଟ କୋହଲିଙ୍କୁ ନେଇ କଲେ ବଡ ଖୁଲାସା, କହିଲେ କାହିଁକି କରିଥିଲେ ଶୀଘ୍ର ବିବାହ ?

165

ବଲିଉଡ ଅଭିନେତ୍ରୀ ଅନୂଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ କ୍ୟାପଟେନ ବିରାଟ କୋହଲି ୨୦୧୭ରେ ଇଟାଲୀରେ ଲୁଚାଛପାରେ ବିବାହ କରି ନେଇଥିଲେ । ବିବାହ ପରେ ଦୁହେଁ ସୋସିଆଲ ମିଡିଆରେ କିଛି କଥାର ଖୁଲାସା କରିଥିଲେ । ଦୁହିଁଙ୍କ ଅଚାନକ ବିବାହ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଥିଲା । ତାଙ୍କ ବିବାହ ଦେଢ ବର୍ଷ ହେବା ସତ୍ତେ୍ୱ ମଧ୍ୟ ସେ ଏବେ ବି ଚର୍ଚ୍ଚାରେ ରହୁଛନ୍ତି । ଏହାମଧ୍ୟରେ ଅନୁଷ୍କା ଶର୍ମା ନିଜ ବିବାହକୁ ନେଇ ଏବଂ ବିରାଟଙ୍କୁ ନେଇ ଏକ ଖୁଲାସା କରିଛନ୍ତି । ଯାହାକୁ ନେଇ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି । ଆସନ୍ତୁ ଜାଣିବା-

ଏଠାରେ ଆମେ କହି ରଖୁଛୁ ଯେ ଯେତେବେଳେ ଅନୁଷ୍କା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତାଙ୍କର ବୟସ ୨୯ବର୍ଷ ଥିଲା । ଏହି ବୟସରେ କୌଣସି ଅଭିନେତ୍ରୀ ବିବାହ କରିନାହାନ୍ତି । ବୟସକୁ ନେଇ କହିଥିଲେ ଇଣ୍ଡଷ୍ଟ୍ରିରେ ୨୯ବର୍ଷରେ ବିବାହ କରିବା ଭୂଲ ଏବଂ ଏତେ ଶୀଘ୍ର ବିବାହ କରିବା ଠିକ ନୁହେଁ ବୋଲି ମାନାଯାଏ । ମାତ୍ର ଅନୁଷ୍କା କହିଛନ୍ତି ଯେ ସେ ପ୍ରେମରେ ବନ୍ଦୀ ହୋଇଯାଇଥିଲେ ଏବଂ ଏହିକାରଣରୁ ଖୁବ ଶୀଘ୍ର ବିବାହ କରିବା ତାଙ୍କୁ ଉଚିତ ମନେ ହୋଇଥିଲା ।

 

View this post on Instagram

 

It’s heaven, when you don’t sense time passing by … It’s heaven, when you marry a good ‘man’ … ?

A post shared by AnushkaSharma1588 (@anushkasharma) on

ଏହାସହ ଅନୁଷ୍କା କହିଛନ୍ତି ଦର୍ଶକ କେବଳ ପରଦାରେ ଦେଖିବାକୁ ପସନ୍ଦ କରନ୍ତି । ତାଙ୍କର ନିଜ ଜୀବନରୁ ସେମାନଙ୍କୁ କୌଣସି ମତଲବ ନାହିଁ , ସେ ବିବାହିତ ହୁଅନ୍ତୁ କି ମା’ ବନନ୍ତୁ । ଦର୍ଶକଙ୍କୁ ଏହି ମାନସିକତାରୁ ବାହାରିବା ଉଚିତ ବୋଲି କହିଛନ୍ତି ଅନୁଷ୍କା । ବିବାହ ଏକ ପ୍ରାକୃତିକ ପ୍ରଗତି । ବିବାହ ଭଳି ଜିନିଷ ସମ୍ପର୍କକୁ ଆଗକୁ ନେଇଥାଏ । ଅନୁଷ୍କା ଏହାସହ ଆଗକୁ କହିଛନ୍ତି ଯେ ସେ ସବୁବେଳେ ଏହି କଥା ପାଇଁ ଛିଡା ହୋଇଥାଆନ୍ତି ଯେ ମହିଳାଙ୍କୁ ସମାନ ସମ୍ମାନ ମିଳିବା ଉଚିତ ।

 

View this post on Instagram

 

You make me such a happy girl ?

A post shared by AnushkaSharma1588 (@anushkasharma) on

ଆଉ ଏକ ପ୍ରଶ୍ନରେ ଅନୁଷ୍କା କହିଛନ୍ତି ଯେ ବିରାଟ ଜଣେ ମଣିଷ ସେ ଯାହାକୁ ଖୁବ ପସନ୍ଦ କରନ୍ତି । ଅନୁଷ୍କା ଯେପରି ସଚ୍ଚୋଟ ବିରାଟ ତାଙ୍କ ପାଇଁ ସେହିଭଳି ସଚ୍ଚୋଟ । ଦୁହେଁ ଖୁବ ସଚ୍ଚୋଟ ଭାବେ ବଂଚନ୍ତି । ଏହାସହ କହିଛନ୍ତି ଯେ ତାଙ୍କ ସହ ଜଣେ ଏଭଳି ଜୀବନସାଥୀ ଅଛନ୍ତି ଯାହା ପାଖରେ ମିଛ କେବେ ନାହିଁ , ସବୁବେଳେ ରହିଛି ସତ ।

 

View this post on Instagram

 

Days like these ❤️?

A post shared by AnushkaSharma1588 (@anushkasharma) on


ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଆଜିକାଲି ଅନୁଷ୍କା ବଲିୁଡ ଠାରୁ ଖୁବ ଦୂରରେ । ଶେଷଥର ଅନୁଷ୍କା ଶାହରୁଖଙ୍କ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ । ଏହି ଫିଲ୍ମ ବକ୍ସଅଫିସରେ ଅସଫଳ ହୋଇଥିଲା , ମାତ୍ର ଅନୁଷ୍କାଙ୍କ ଅଭିନୟକୁ ଲୋକମାନେ ଖୁବ ପ୍ରଶଂସା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More