Only for Entertainment

ବିରାଟ କୋହଲିଙ୍କ ଠାରୁ ଏହି ଜିନଷକୁ ଧାର ନିଅନ୍ତି ଅନୁଷ୍କା ଶର୍ମା

Idiva
23

ବଲିଉଡ-କ୍ରିକେଟ ଜଗତର ଏକ ଲଭେବଲ ଯୋଡ଼ି ହେଉଛନ୍ତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା । ଦୁହିଁଙ୍କୁ ବିବାହ ପରେ ଆଦର୍ଶ ଦମ୍ପତ୍ତିର ଟ୍ୟାଗ୍‌ ମିଳିଥିବା ବେଳେ ପରସ୍ପର ପ୍ରତି ଭଲପାଇବା ଦେଖାଇବାର କୌଣସି ସୁଯୋଗକୁ ଦୁହେଁ ହାତଛଡ଼ା କରନ୍ତି ନାହିଁ । କିଛି ଦିନ ତଳେ ବିରାଟଙ୍କ ଜନ୍ମଦିନ ଥିବା ବେଳେ ଦୁହେଁ ଭୁଟାନ ଯାଇ ଜନ୍ମଦିନ ପାଳନ କରିଥିଲେ, ଯାହାର ଫଟୋ ଖୁବ୍‌ ଭାଇରାଲ ହୋଇଥିଲା । ତେବେ ବିବାହକୁ ଦୁଇ ବର୍ଷ ପୂରିବାକୁ ଥିବା ବେଳେ ଏବେ ଏକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି ଅନୁଷ୍କା ।ନିଜ ଅପେକ୍ଷା ସେ ବିରାଟଙ୍କ ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି ବୋଲି ଭୋଗ୍‌ ପତ୍ରିକାକୁ ସାକ୍ଷାତକାର ଦେଇ ଜଣାଇଛନ୍ତି । ଅନୁଷ୍କାଙ୍କ କହିବା ଅନୁଯାୟୀ, ମୁଁ ତାଙ୍କଠାରୁ ସବୁବେଳେ ତାଙ୍କ ପୋଷାକ ନେଇଥାଏ । ଟି-ସାର୍ଟ ହେଉ ବା କୌଣସି ଜ୍ୟାକେଟ ମୁଁ ତାଙ୍କଠାରୁ ପିନ୍ଧିବା ପାଇଁ ନେଇଥାଏ । ମୋର ଏଭଳି କରିବା ପଛରେ ଏକ ବଡ଼ କାରଣ ରହିଛି । କାରଣଟି ହେଲା, ତାଙ୍କ ପୋଷାକରେ ସେ ମୋତେ ଦେଖିଲେ ବହୁତ ଖୁସି ହୋଇଥାନ୍ତି । ତାଙ୍କ ମୁହଁରେ ସେ ଖୁସି ଦେଖିବା ପାଇଁ ମୁଁ ଏଭଳି କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More