Only for Entertainment

ସ୍ୱିମସୁଟରେ ଫଟୋ ସେୟାର କଲେ ଅନୁଷ୍କା ଶର୍ମା, ଫଟୋ ଦେଖି ପତି ବିରାଟ ଦେଲେ ଏପରି କମେଣ୍ଟ

Instagram pic of anushkasharma
128

ଟିମ ଇଣ୍ଡିଆ କ୍ରିକେଟ ଟିମ ଏବେ ୱେଷ୍ଟଇଣ୍ଡିଜ ଟୁରରେ । ଏହି ଟୁରରେ ଭାରତୀୟ ଟିମ କ୍ୟାପଟେନ ବିରାଜ କୋହଲୀଙ୍କ ଜବରଦସ୍ତ ଖେଳ ଦେଖିବାକୁ ମିଳିଛି । ଲମ୍ବା ସମୟ ପରେ ବିରାଟ ସେଞ୍ଚୁରୀ ମାରି ପ୍ରମାଣିତ କରିଛନ୍ତି ଯେ ତାଙ୍କ ମଧ୍ୟରେ ଏବେ ମଧ୍ୟ ରନ୍ କରିବାର ଭୋକ ରହିଛି ।

ବିରାଟ କୋହଲୀଙ୍କୁ ଚିୟର କରିବା ପାଇଁ ତାଙ୍କ ସେଲିବ୍ରିଟି ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ୱେଷ୍ଟଇଣ୍ଡିଜରେ ଅଛନ୍ତି । ଦୁହିଁଙ୍କ ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଇତି ମଧ୍ୟରେ ଅନୁଷ୍କାଙ୍କ ଏକ ନୂଆ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଅନୁଷ୍କା ସ୍ୱିମସୁଟରେ ସମୁଦ୍ର କୂଳରେ ବସିଥିବାର ନଜର ଆସିଛନ୍ତି । ଅନୁଷ୍କା ଏହି ଫଟୋ ସେୟାର କରିବା ପରେ ବିରାଟ କୋହଲୀ ମଧ୍ୟ ନିଜକୁ କମେଣ୍ଟ ଦେବାରୁ ରୋକି ପାରିନାହାଁନ୍ତି ।

 

View this post on Instagram

 

Sun kissed & blessed ?⛱️

A post shared by AnushkaSharma1588 (@anushkasharma) on

ଅନୁଷ୍କା ଇଂଷ୍ଟାଗ୍ରାମରେ ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ସନ କିସ୍ଡ ଆଣ୍ଡ ବ୍ଲେସ୍ଡ ।’ ଏହି ଫଟୋ ଦେଖିବା ପରେ ବିରାଟ କୋହଲୀ ମଧ୍ୟ ଇମୋଜୀ ଜରିଆରେ କମେଣ୍ଟ କରି ଫଟୋକୁ ପ୍ରଶଂସା କରିଛନ୍ତି । ଅନୁଷ୍କାଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଚହଳ ପକାଇଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ, ଅନୁଷ୍କା ଶେଷ ଥର ପାଇଁ ଫିଲ୍ମ ଜିରୋରେ ନଜର ଆସିଥିଲେ । ଏହା ପରଠାରୁ ସେ କୌଣସି ପ୍ରୋଜେକ୍ଟ ସାଇନ କରିନାହାଁନ୍ତି । ଏବେ ସେ ନିଜ ମ୍ୟାରେଡ ଲାଇଫକୁ ସମୟ ଦେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More