Only for Entertainment

ଅନୁଷ୍କା ଶର୍ମାଙ୍କ ହାତରେ ଲାଗିଲା ନୂଆ ପ୍ରୋଜେକ୍ଟ, ପୋଲିସ ଅଫିସର ଭୂମିକାରେ ଆସିବେ ନଜର, ଦେଖନ୍ତୁ ପ୍ରଥମ ଫଟୋ

google
79

ବଲିଉଡ ଫିଲ୍ମ ଜିରୋ ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ବଲିଉଡ ଫିଲ୍ମ ଟାରୁ ଦୂରେଇ ଯାଇଛନ୍ତି । ଅନେକ ପ୍ରୋଜେକ୍ଟରେ ଅନୁଷ୍କା ଶର୍ମାଙ୍କ ନାମ ସାମ୍ନାକୁ ଆସିଛି ସତ କିନ୍ତୁ ଏହାକୁ ନେଇ ଅନୁଷ୍କା କିଛି ସ୍ପଷ୍ଟ କରିନାହାଁନ୍ତି । ତେବେ ଅନୁଷ୍କାଙ୍କୁ ଫିଲ୍ମରେ ପୁଣିଥରେ ଦେଖିବା ପାଇଁ ଫ୍ୟାନ୍ସ ଅପେକ୍ଷା କରି ରହିଥିବା ବେଳେ ସେ ଖୁବ ଶୀଘ୍ର ପରଦାରେ ଏକ ଭିନ୍ନ ଅବତାରରେ ନଜର ଆସିବେ ବୋଲି ଖବର ଆସିଛି ।

ମିଳିଥିବା ସୂଚନା ଅନୁସାରେ ଅନୁଷ୍କା ଖୁବ ଶୀଘ୍ର ପରଦାକୁ ଫେରୁଛନ୍ତି ସତ କିନ୍ତୁ କୌଣସି ଫିଲ୍ମ କିମ୍ବା ୱେବ ସିରିଜ ଜରିଆରେ ନୁହେଁ ବରଂ ଏକ ଟିଭି କମର୍ସିଆଲ ଜରିଆରେ । ଏହି ବିଜ୍ଞାପନର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିସାରିଛି । ଏହି ପ୍ରୋଜେକ୍ଟ ସହ ଜଡିତ ଏକ ସୂତ୍ର ସୂଚନା ଦେଇ କହିଛନ୍ତି, ଅନୁଷ୍କା ଏହି ଆଡ ଫିଲ୍ମରେ ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ଏବଂ ଏଥିରେ ସେ ଅପରାଧି ଘରେ ଛାପା ମାରୁଥିବାର ନଜର ଆସିବେ । ଏହା ଏକ ମଜାଦାର ବିଜ୍ଞାପନ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More