Only for Entertainment

ପୁଣି ଥରେ ଚର୍ଚ୍ଚାରେ ବିରାଟଙ୍କ ପତ୍ନୀ, ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ………….

42

ଫର୍‌ଚ୍ୟୁନ୍‌ ଇଣ୍ଡିଆ ୨୦୧୯ର ୫୦ ଶକ୍ତିଶାଳୀ ମହିଳାଙ୍କ ସୂଚୀରେ ସ୍ଥାନ ବନାଇବାରେ ସଫଳ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା । ଫିଲ୍ମ ରବ୍‌ ନେ ବନା ଦି ଯୋଡ଼ିରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିବା ଅନୁଷ୍କା ୩୯ତମ ସ୍ଥାନରେ ରହିଛନ୍ତି । ଖୁବ୍‌ କମ ବୟସରେ ସେ ଏହି ସୂଚୀରେ ନିଜର ନାଁ ସାମିଲ କରିବାରେ ସଫଳ ହୋଇଥିବା କୁହାଯାଉଛି । ଏହି ସଫଳତା ହାସଲ କରିବାରେ ବଲିଉଡ୍‌ର ପ୍ରଥମ ଅଭିନେତ୍ରୀ ବନିଛନ୍ତି ଅନୁଷ୍କା ଶର୍ମା ।

 

ମହିଳାମାନଙ୍କର ବାର୍ଷିକ ର‍୍ୟାଙ୍କିଙ୍ଗ୍‌, ସେମାନଙ୍କ ବ୍ୟବସାୟ କୌଶଳ ଏବଂ ସାମାଜିକ ଓ ସାଂସ୍କୃତିକ ପ୍ରଭାବକୁ ଆଧାର କରି ଫର୍‌ଚ୍ୟୁନ୍‌ ଇଣ୍ଡିଆ ପ୍ରତି ବର୍ଷ ସୂଚୀ ପ୍ରସ୍ତୁତ କରିଥାଏ । ଏହି ସୂଚୀରେ ଅନୁଷ୍କାଙ୍କ ନାଁ ୩୯ ନମ୍ବରରେ ରଖି ଫର୍‌ଚ୍ୟୁନ୍‌ ଇଣ୍ଡିଆ ପକ୍ଷରୁ ଲେଖାଯାଇଛି କି, ଶର୍ମା ନିଜର ପୋଷାକ ବ୍ରାଣ୍ଡ ନୁସ୍‌ର ଚେହେରା ହେବା ସହ ନିଭିଆ, ଏଲେ ୧୮, ମିନ୍ତ୍ରା ଏବଂ ଲେଭି ଭଳି ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡାର ବନିଛନ୍ତି । ଫିଲ୍ମରେ ଅଭିନୟ କରିବା ସହ ପ୍ରଯୋଜନା ମଧ୍ୟ କରିଛନ୍ତି । ଏନ୍‌ଏଚ୍‌-୧୦, ଫିଲୌରୀ ଏବଂ ପରୀ ଭଳି ଫିଲ୍ମର ପ୍ରଯୋଜନା କରିଥିବା ବେଳେ ପ୍ରତିଟି ଫିଲ୍ମ ବକ୍ସ ଅଫିସରେ ୪୦କୋଟି ଟଙ୍କାରୁ ଅଧିକ ଆୟ କରିଥିଲା । ଅନୁଷ୍କାଙ୍କ ଏହି ସବୁ କାମକୁ ନଜରରେ ରଖି ତାଙ୍କୁ ସୂଚୀରେ ସ୍ଥାନ ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More