Only for Entertainment

ବିରାଟ କୋହଲିଙ୍କ ପାଇଁ ଟ୍ରୋଲ ହେଲେ ଅନୁଷ୍କା ଶର୍ମା ।

youtube
0 45

ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ଏବେ ପୂରା ଟିମ ସହିତ ଲଣ୍ଡନରେ ଅଛନ୍ତି । ଭାରତୀୟ ଉଚ୍ଚ ଆୟୋଗ ଟିମ ପାଇଁ ଏକ ଡିନର ପାର୍ଟି ରଖିଥିଲେ । ଏହି ସମୟରେ ବିରାଟଙ୍କ ସହିତ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଥିଲେ । ବୋର୍ଡ଼ ଅଫ କଂଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି । ସେହି ଫଟୋରେ ଟିମ ଇଣ୍ଡିଆର ଖେଳାଳୀଙ୍କ ସହିତ ଅନୁଷ୍କା ଶର୍ମା ମଧ୍ୟ ନଜର ଆସିଛନ୍ତି ।

 

ଫଟୋ ଦେଖିବା ପରେ କେତେକ ଲୋକ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି । ପ୍ରଶ୍ନ ରହିଛିଯେ ଟିମ ଇଣ୍ଡିଆ ସହିତ ଅନୁଷ୍କା କ’ଣ କରୁଛନ୍ତି । କାରଣ ଅନ୍ୟ କୌଣସି ଖେଳାଳୀଙ୍କ ପତ୍ନୀ ସାଙ୍ଗରେ ନାହାଁନ୍ତି । ଜଣେ ୟୁଜର ଲେଖିଛନ୍ତିଯେ ଉପ କ୍ୟାପଟେନ ଶେଷ ଲାଇନରେ ଅଛନ୍ତି ଯେତେବେଳେ ଭାରତୀୟ କ୍ରିକେଟ ଟିମର ପ୍ରଥମ ଲେଡି ପ୍ରଥମ ଲାଇନରେ ଅଛନ୍ତି । ଏାମନେ ସେହି ଲୋକ ଯେଉଁମାନେ କିଛି ଦିନ ହେବ ଲେକ୍ଚର ଦେଉଥିଲେ ।

କହି ରଖୁଛୁଯେ ଜଣେ ବ୍ୟକ୍ତି କାରରେ ବସି ରାସ୍ତାରେ ବୋତଲ ଫିଙ୍ଗିଥିବାରୁ ଅନୁଷ୍କା ଖୁବ ଗାଳି କରିଥିଲେ ଏବଂ ବିରାଟ ସେହି ଭିଡ଼ିଓ ସୁଟିଂ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More