Only for Entertainment

ଭାଗମତୀ ହୋଇ ଧୁମ ମଚାଇବେ ଅନୁଷ୍କା, ସାମ୍ନାକୁ ଆସିଲା ନୂଆ ଲୁକ,

naukri nama
0 47

ଫିଲ୍ମ ବାହୁବଳୀ ବିଷୟରେ ଯେତେ ଆଲୋଚନା କଲେ ମଧ୍ୟ କମ ହେବ । କାରଣ ବକ୍ସ ଅଫିସରେ ରେକର୍ଡ଼ ଭାଙ୍ଗଥିବା ବାହୁବଳୀକୁ ଦର୍ଶକ ଭୁଲି ପାରିନାହାନ୍ତି । ଫିଲ୍ମର କାହାଣୀ ସହିତ ଜବରଦସ୍ତ ଆକ୍ସନ ଦର୍ଶକଙ୍କୁ ବାଧ୍ୟ କରିଥିଲା ଫିଲ୍ମର ପ୍ରଶଂସା କରିବାକୁ । ଏହା ସହିତ ଫିଲ୍ମରେ ଦେବସେନା ଚରିତ୍ରରେ ଅଭିନୟ କରିଥିବା ଅନୁଷ୍କାଙ୍କୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଥିଲେ । ତେବେ ଦେବସେନଙ୍କ ଆଗାମୀ ଫିଲ୍ମର ଲୁକ ସାମ୍ନାକୁ ଆସିଛି ।

ତାଙ୍କର ଆଗାମୀ ଫିଲ୍ମ ଭାଗମତୀର ପୋଷ୍ଟର ବାହାରି ସାରିଛି । ଏହା ପୂର୍ବରୁ ଫିଲ୍ମର ଏକ ୩୦ ସେକେଣ୍ଡର ଟିଜର ମଧ୍ୟ ଦେଖିବାକୁ ମିଳିଥିଲା । ଅଶୋକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ତାମିଲ,ତେଲୁଗୁ ଏବଂ ମଲାୟାଲାମ ଭାଷାରେ ରିଲିଜ ହେବାକୁ ଯାଉଛି । ଫିଲ୍ମଟି ଏକ ଥ୍ରିଲର ଫିଲ୍ମ ବୋଲି ଶୁଣିବାକୁ ମିଳୁଛି ।

ଫିଲ୍ମରେ ଅନୁଷ୍କାଙ୍କ ଅପୋଜିଟରେ ଉନ୍ନୀ ମୁକୁନ୍ଦନ ନଜର ଆସିବେ । ବଡ଼ ବଜେଟର ଏହି ଫିଲ୍ମ ୨୬ ଜାନୁୟାରୀରେ ରିଲିଜ ହେବ । ତେବେ ଟିଜରରେ ଅନୁଷ୍କା ଭୟଙ୍କର ଭାବେ ଆଘାତ ହୋଇଥିବା ଚିତ୍ର ସାମ୍ନାକୁ ଆସିଛି । ଫିଲ୍ମର ଟିଜର ଦେଖିବା ପରେ ଲାଗୁଛି ଫିଲ୍ମଟି ଜବରଦସ୍ତ ଆକ୍ସନରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More