Only for Entertainment

‘ସତ୍ତେ ପେ ସତ୍ତା’ର ରିମେକରେ ଦୀପିକାଙ୍କୁ ରିପ୍ଲେସ କଲେ ଅନୁଷ୍କା !

Ebuzztoday
43

ବଲିଉଡରେ ଖୁବ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି ବିଗତ ଦିନର ସୁପର୍ହିଟ୍ ଫିଲ୍ମ ‘ସତେ ପେ ସତା’ର ରିମେକ । ଏହି ସିନେମାକୁ ରୋହିତ୍ ସେଟ୍ଟୀ ପ୍ରଡ୍ୟୁସ୍ କରୁଥିବା ବେଳେ, ଏହାର ନିର୍ଦ୍ଦେଶନା ଦେଉଛନ୍ତି ଫରହା ଖାନ୍ । ଏହି ଫିଲ୍ମ ମାୟାନଗରୀରେ ଚର୍ଚ୍ଚାରେ ଥିବା ବେଳେ ଏବେ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ପୂର୍ବରୁ ଏହି ଫିଲ୍ମରେ ଲିଡ୍ ନାୟିକା ପାଇଁ କ୍ୟାଟ୍ରିନା ଓ ଦୀପିକାଙ୍କ ନାମ ସଜେଷ୍ଟ କରାଯାଇଥିଲା । ଏମାନଙ୍କ ଭିତରୁ ହିଁ କେହି ଜଣେ ଫିଲ୍ମରେ ହେମାମାଳିନୀଙ୍କ ଚରିତ୍ର ତୁଲାଇବେ ବୋଲି ଶୁଣିବାକୁ ମିଳୁଥିଲା । ହେଲେ ଏବେ ଖବର ଆସୁଛି ଏମାନଙ୍କୁ ରିପ୍ଲେସ୍ କରିଛନ୍ତି ବ୍ୟାଣ୍ଡ ବାଜା ବାରାତ୍ ଗର୍ଲ ଅନୁଷ୍କା ଶର୍ମା । ରିପୋର୍ଟ ଅନୁସାରେ ମେକର୍ସ ଅନୁଷ୍କାଙ୍କୁ ଫିଲ୍ମ ସତେ ପେ ସତା ରିମେକ୍ ପାଇଁ ଫାଇନାଲ୍ କରିଛନ୍ତି ।

ସିନେମାରେ ନାୟକ ଭାବେ ହ୍ରିତିକ୍ ରୋଶନଙ୍କୁ ଦେଖିବାକୁ ମିଳିବ । ଆଉ ଯଦି ଏହି ଖବରଟି ସତ ସାବ୍ୟସ୍ତ ହେଉଛି, ତାହାଲେ ପରଦାରେ ଏକ ନୂଆ ଯୋଡିକୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More